ଭାରତ

ବିପଦ ସଂକେତରେ ଯମୁନା ଜଳସ୍ଥଳ, ଚିନ୍ତାରେ ତଳିଆ ଅଂଚଳ ଲୋକେ    

(ଦିଲ୍ଲୀ) : ଉତ୍ତରଭାରତରେ ପ୍ରବଳ ବର୍ଷା ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି  ।  ତେବେ ୫୦ବର୍ଷର ରେକର୍ଡ ଭାଙ୍ଗିଲା ଯମୁନାକ ଜଳସ୍ତର । ଜଳସ୍ତର ୨୦୭.୯୫ ମିଟରରେ ପହଞ୍ଚିଛି । ଗତକିଛି ଦିନ ହେବ ଲଗାଣ ବର୍ଷା ଯୋଗୁ ଏବଂ ହରିୟାଣା ହଥିନିକୁଣ୍ତ ବ୍ୟାରେଜରୁ ୩.୫ ଲକ୍ଷରୁ ଅଧିକ କ୍ୟୁସେକ ଜଳ ଛଡାଯିବା କାରଣରୁ ଏପରି ସ୍ଥିତି ଉପୁଜିଛି ।

ସୂଚନା ଅନୁସାରେ, ଜଳସ୍ତର ୨୦୮ ମିଟର ଛୁଇଁବା ନେଇଁ ଆକଳନ କରାଯାଇଛି । ଜଳସ୍ତର ବଢିବା କାରଣରୁ ଦିଲ୍ଲୀର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିବା ହେତୁ ୧୬ ହାଜରରୁ ଅଧିକ ଲୋକକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।  ଦେଶର ରାଜଧାନୀରେ ବନ୍ୟା ପରିସ୍ଥିତି ସମ୍ପର୍କରେ ଆଲୋଚନା ପାଇଁ ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକ୍ସେନା ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବୈଠକ ଡାକିଛନ୍ତି। ଆଜି ମଧ୍ୟାହ୍ନ ୧୨ଟା ସମୟରେ ଏହି ବୈଠକ ବସିଥିଲା । ଏହି ବୈଠକରେ ସିଏମ୍ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଉପସ୍ଥିତ ରହିଥିଲେ ।

Related posts

ଆଜି ମୋଦିଙ୍କୁ ଭେଟିବେ ନବୀନ

mahabharatanews

ଅନ୍ତର୍ଜାତୀୟ ବଜାରରେ ବଢ଼ିବାରେ ଲାଗିଛି ଅଶୋଧିତ ତୈଳର ଦର!

mahabharatanews

ହିମାଚଳରେ ପ୍ରବଳ ବର୍ଷା ସମ୍ଭାବନା, ସ୍କୁଲ୍‌ ବନ୍ଦ ଘୋଷଣା  

mahabharatanews