ଓଡିଶା

ବୃଦ୍ଧି ପାଉଛି ବନ୍ୟଜନ୍ତୁ ଆକ୍ରମଣ : ବାପା ମୃତ ,ପୁଅ ଗୁରୁତର 

(ନୂଆପଡା) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବନ୍ୟଜୀବଙ୍କ ଆକ୍ରମଣ  । ଏହିକ୍ରମରେ  ସକାଳେ ବାପା ଓ ପୁଅଙ୍କୁ ଆକ୍ରମଣ କରିଛି ଭାଲୁ ।  ଉଭୟ ଗାଧେଇବାକୁ ଯାଇଥିବା ବେଳେ ଉକ୍ତ ସ୍ଥାନରେ ବାପାଙ୍କର ମୃତ୍ୟୁ ହୋଇଛି । ଏଥି ସହ ପୁଅ ଗୁରୁତର ଆହତ ହୋଇଛନ୍ତି। ତେବେ ମୃତ ବୃଦ୍ଧ ହେଲେ ଘନଶ୍ୟାମ ପଟେଲ(୭୦)।

ସୂଚନାନୁଯାୟୀ ,  ପୁଅ ଚଏତୁ ପଟେଲ(୪୮) ଗୁରୁତର ଆହତ ହୋଇଛନ୍ତି । ଏବେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବିରୁନପଦର ଛକରେ ଗ୍ରାମବାସୀ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ବିଜାଖମନ ଜଙ୍ଗଲ ଭିତରେ ହିଂସ୍ର ଭାଲୁ ଘନଶ୍ୟାମଙ୍କ ମୃତଦେହକୁ ଜଗି ରହିଥିଲା । ଫଳରେ ଘଣ୍ଟାଏ ଧରି ମୃତଦେହ ଉଦ୍ଧାର ହୋଇ ପାରିନଥିଲା ।

Related posts

ପୁଣି ଫେରିଲା କରୋନା ଡର

mahabharatanews

ପ୍ରେମକୁ ମିଳିଲାନି ସ୍ୱୀକୃତି: ବେକରେ ଦଉଡି ଦେଇ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

mahabharatanews

ବିପଦ ସଙ୍କେତ ଅତିକ୍ରମ କରୁଛି ବୈତରଣୀ ନଦୀ

mahabharatanews