ଓଡିଶା

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି

(ପୁରୀ): ଆଜି ହେବ ଶ୍ରୀଜିଉଙ୍କ ବନକଲାଗି ନୀତି। ପ୍ରତିମାସରେ ହାରାହାରି ଦୁଇଥର ଶ୍ରୀଜୀଉମାନଙ୍କର ମୁଖଶ୍ରୀର ପ୍ରସାଧନ (ରଙ୍ଗଲାଗି) ବା ବନକ ଲାଗି ହୋଇଥାଏ। ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହେ ।

ସୂଚନାନୁଯାୟୀ , ଗୁପ୍ତ ନୀତି ସମ୍ପନ୍ନ ହେବ ତାକୁ ନେଇ ଦୀର୍ଘଦିନ ଧରି ବିବାଦ ଚାଲିଥିବା ବେଳେ ମଙ୍ଗଳବାର ଏହାର ସମାଧାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଏହି ବୈଠକରେ ଦଇତାପତି ଓ ଦତ୍ତମହାପାତ୍ର ସେବକଙ୍କ ସହ ପରିଚାଳନା କମିଟିର ସଦସ୍ୟ ମାନେ ଯୋଗ ଦେଇଥିଲେ। ତେବେ ଗୁରୁବାର ବନକଲାଗି ନୀତି ହେବାନେଇ ଦତ୍ତମହାପାତ୍ର ଓ ଶ୍ରୀମନ୍ଦିର ପ୍ରଶାସନ ଭିତରେ ବିବାଦ ଲାଗିଥିଲା। କିନ୍ତୁ ବୈଠକ ଶେଷରେ ବୁଧବାର ଦିନ ବନକଲାଗି ନିତି ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହଯାଇଛି।

Related posts

ବସ-ଗୋରୁ ବୋଝେଇ ଟ୍ରକ୍ ଧକ୍କା, ୭ ଆହତ

mahabharatanews

ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁଙ୍କ ପରଲୋକ

mahabharatanews

ସ୍ୱଚ୍ଛ ଭାରତ ଓ ସୁରକ୍ଷିତ ଭାରତ କାର୍ଯ୍ୟକ୍ରମ ଶୁଭାରମ୍ଭ

mahabharatanews