ଭାରତ

ଗଙ୍ଗାରେ ଭାସୁଛନ୍ତି କୁମ୍ଭୀର,ଆତଙ୍କିତ ସ୍ଥାନୀୟ ଲୋକେ  

(ହରିଦ୍ୱାର) :  ବନ୍ୟାଜଳରେ ଭାସି ଆସୁଛନ୍ତି କୁମ୍ଭୀର । କଥାଟି ହେଉଛି ଗଙ୍ଗା ଏବଂ ତା’ର ଶାଖା ନଦୀମାନଙ୍କରୁ ସବୁ ଉଠିଆସି ଜନବସତି ଅଞ୍ଚଳରେ ପ୍ରବେଶ କରିବାରୁ ଉତ୍ତରାଖଣ୍ଡର ହରିଦ୍ବାର ଜିଲ୍ଲା ଅନ୍ତର୍ଗତ ଲକ୍ସର୍‌ ଏବଂ ଖାନପୁର ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁମ୍ଭୀରମାନଙ୍କୁ ବନବିଭାଗ କର୍ମଚାରୀମାନେ ଧରିନେଇ ପୁଣି ନଦୀରେ ଛାଡ଼ି ଦେଉଛନ୍ତି।  ଏପର୍ଯ୍ୟନ୍ତ ପ୍ରାୟ ୧୨ଟି କୁମ୍ଭୀରଙ୍କୁ ଧରାଯାଇଛି।

ସୂଚନାନୁଯାୟୀ , ଗତ ସପ୍ତାହରେ ପ୍ରବଳ ବର୍ଷା ହେବାରୁ ଗଙ୍ଗାନଦୀରେ ଜଳସ୍ତର ବୃଦ୍ଧି ପାଇ ଲସ୍କର୍‌ ଓ ଖାନପୁର ଅଞ୍ଚଳକୁ ଜଳପ୍ଳାବିତ କରିଥିବା ବେଳେ ସୋନାଲୀ ନଦୀର ଜଳଭଣ୍ଡାର ବନ୍ଧରେ ଘାଇ ହେବା ଯୋଗୁଁ ବନ୍ୟା ପରିସ୍ଥିତି ଆହୁରି ବିଗିଡ଼ି ଯାଇଛି।

Related posts

ଆସିଲା CISCE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଟାଇମ୍ ଟେବୁଲ୍

mahabharatanews

୨୪ ଘଣ୍ଟାରେ ଦେଶରୁ ୩,୬୧୧ କରୋନା ସଂକ୍ରମିତ ଚିହ୍ନଟ

mahabharatanews

କର୍ଣ୍ଣାଟକ କଂଗ୍ରେସର ‘ଖାଲି ଲୋଟା’ 

mahabharatanews