ଓଡିଶା

ଆସନ୍ତାକାଲି ସରିବ ଯୁକ୍ତ ୨ ନାମଲେଖା ପ୍ରକ୍ରିୟା

(ଭୁବନେଶ୍ୱର) : ଚାଲିଛି ଯୁକ୍ତ ୨  ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା । ମୋଟ ୭୦ ହଜାର ୧୦୫ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ଦୁଇଦିନ ତଳେ  ଯୁକ୍ତଦୁଇ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ୍ ପ୍ରକାଶ ପାଇଥିଲା । ଏହା ଆସନ୍ତାକାଲି ଅର୍ଥାତ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି ।

ସୂଚନାନୁଯାୟୀ , ଏଥି ମଧ୍ୟରୁ କଳାରେ ୪୯ ହଜାର ୭୦ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି । ସେହିପରି ବାଣିଜ୍ୟରେ ୩ ହଜାର ୧୮୨ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା । ବଳକା ସିଟ୍ ପାଇଁ ହେବ ସ୍ପଟ୍ ସିଲେକସନ । ଏ ନେଇ ୨୭ ତାରିଖରେ ପ୍ରକାଶ ପାଇବ ତାଲିକା । ୨୯ ରୁ ୩୧ ପର୍ଯ୍ୟନ୍ତ ହେବ ସ୍ପଟ୍ ନାମଲେଖା । ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୪୩ ହଜାର ୭୬୯ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ।

Related posts

ବାହାର ବିଶେଷଜ୍ଞଙ୍କ ସାହାଯ୍ୟ ଲୋଡିଲେ ନନ୍ଦନକାନନ କର୍ତ୍ତୃପକ୍ଷ

mahabharatanews

ହାଇୱା ମାଲିକ ସଙ୍ଘ ଦାବି ପୂରଣ ନ ହେଲେ ହେବ ଆନ୍ଦୋଳନ

mahabharatanews

ଟ୍ରକ୍କୁ ଧକ୍କା ଦେଲା ବୋଲେରୋ, ଦୁଇ ମୃତ ୭ ଗୁରୁତର

mahabharatanews