ଓଡିଶା

ଆଖି ବୁଜିଲା ମଣିଷଖିଆ ଭାଲୁ

(କୋମନା) : ଗୋଟିଏ ପଟେ ଦିନକୁ ଦିନ ବନ୍ୟଜନ୍ତୁଙ୍କ ଆକ୍ରମଣ ବୃଦ୍ଧି ପାଉଥିବା ବେଳେ ସାମ୍ନାକୁ ଆସିଛି ଏକ ଦୁଖଦଃ ଘଟଣା । ଉଦ୍ଧାର ଆତଙ୍କ ଖେଳାଇ ଦୁଇ ଜଣଙ୍କ ଜୀବନ ନେଇଥିବା ମଣିଷଖିଆ ଭାଲୁର ମୃତଦେହ । ଶୁକ୍ରବାର ବନ କର୍ମଚାରୀ ଭାଲୁର ଗତିବିଧି ଉପରେ ନଜର ରଖିବା ପାଇଁ ପାଟ୍ରୋଲିଂ କରୁଥିବା ସମୟରେ ଭାଲୁର ମୃତଦେହ ଦେଖିବାକୁ ପାଇଥିଲେ।  ଗତ ୧୬ ତାରିଖରୁ ନୂଆପଡ଼ା ଜିଲ୍ଲା କୋମନା ବିଜାଖମନ ଜଙ୍ଗଲରେ ମୃତ ଦେହ ବନ ବିଭାଗ ଉଦ୍ଧାର କରିଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ ,  ବିରୁନପଦର ଗାଁର ଘନଶ୍ୟାମ ପଟେଲ (୭୦)ଙ୍କୁ ଗତ ୧୬ ତାରିଖ ସକାଳେ ପୋଖରୀକୁ ଶୌଚ ପାଇଁ ଗଲାବେଳେ ଭାଲୁ ମାରିଥିଲା। ୧୮ ତାରିଖ ବନ କର୍ମଚାରୀ ପାଟ୍ରୋଲିଂ କରୁଥିବା ସମୟରେ ୪ ଜଣ ବନ କର୍ମଚାରୀଙ୍କୁ ଭାଲୁ ଆକ୍ରମଣ କରିଥିଲା। ସେଥିମଧ୍ୟରୁ ସନ୍ତୋଷ ଦୁଣ୍ତି (୫୩)ଙ୍କ ମୃତ୍ୟୁ ଘଟିଥିଲା। ଦୁଇ ଜଣଙ୍କୁ ମାରିବା ଓ ୪ ଜଣଙ୍କୁ ଆହତ କରିବା ପରେ ଲୋକେଙ୍କ ମାଡ଼ରେ ଆହତ ହୋଇ ହୋଇ ପରେ ମରି ଯାଇଥିବା ଅନୁମାନ କରାଯାଉଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

Related posts

ବଲାଙ୍ଗୀର ଜିଲ୍ଲାର ସଇଁତଲା ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ଉଦଘାଟିତ ହଇଯାଇଛି…

mahabharatanews

5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ହେଲେ ଭି.କେ ପାଣ୍ଡିଆନ

mahabharatanews

ପାପଡାହାଣ୍ଡିରେ  SHG ମହିଳାଙ୍କୁ  ବିରୋଧ  

mahabharatanews