ଓଡିଶା

ସାବଧାନ ! ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌ 

(ହୀରାକୁଦ) :  ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌ । ଏବେ ୧୨ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ। ରବିବାର ୫ଟି, ଗତକାଲି ୩ଟି ଓ ଆଜି ୪ଟି ଗେଟ୍ ଖୋଲିଛି। ହୀରାକୁଦକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୦ ହଜାର ୭୯୯ କ୍ୟୁସେକ ଜଳ ପ୍ରବେଶ କରୁଛି। ସେହିପରି ୧ ଲକ୍ଷ ୫୮ ହଜାର ୮୨୫ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ରବିବାର ସକାଳ ୯ଟାରେ ହୀରାକୁଦ ଜଳଭଣ୍ଡାରରୁ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା ପରେ ହୀରାକୁଦ ଜଳଭଣ୍ଡାର ପର୍ଯ୍ୟାୟ‌କ୍ରମେ ୫ଟି ଗେଟ୍ ଖୋଲାଯାଇଥିଲା। ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୧୪.୦୪ ଫୁଟ୍‌ ରହିଛି।

ସୂଚନାନୁଯାୟୀ , କଲମାର ୬୬ଟି ଗେଟ୍ ଖୋଲା ରହିଛି । ଜୁନ୍ ୧୬ ତାରିଖରେ ଅକ୍ଟୋବର ୧ ତାରିଖ ଯାଏଁ କଲମାର ସମସ୍ତ ଗେଟ୍ ଖୋଲା ରହେ । ଏହାର ଉପରମୁଣ୍ଡରେ ଥିବା ବ୍ୟାରେଜ୍, ଡ୍ୟାମ୍ ଏବଂ ତାର ଅବବାହିକାରେ ଯେତେ ପାଣି ଆସିଥାଏ, ସେସବୁ ପାଣି ଏହି ସମୟରେ ନିଷ୍କାସନ କରାଯାଏ ।

Related posts

ମାଲକାନଗିରି ରାଣୀ ଦୁର୍ଗାବତୀଙ୍କ ୪୫୭ତମ ବଳିଦାନ ଦିବସ ପାଳିତ

mahabharatanews

ପଥର ଗାଡ଼ି ଧରିବାକୁ ଯାଇଥିବା ବେଳେ ଖଣି ଅଧିକାରୀଙ୍କୁ ଆକ୍ରମଣ

mahabharatanews

ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ୧୬ ଜିଲ୍ଲାରେ କାଳ ବୈଶାଖୀ ସହ ବଜ୍ରପାତ ସମ୍ଭାବନା

mahabharatanews