ଭାରତ

ସାଂସଦ ରାଘବ ଚଢାଙ୍କୁ ଖୁମ୍ପିଲା କାଉ

(ଦିଲ୍ଲୀ) : ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢାଙ୍କୁ ଖୁମ୍ପିଲା କାଉ । ସୋସିଆଲ ମିଡିଆରେ ହେଲା ଫଟୋ ଭାଇରଲ୍ । ମୌସୁମୀ ଅଧିବେଶନ ଚାଲିଥିବା ସମୟରେ ରାଘବଙ୍କୁ ଏକ କାଉ ବାରମ୍ବାର ଆଘାତ କରୁଥିବାର ଦୃଶ୍ୟ ଦେଖିବା ପାଇଁ ମିଳିଥିଲା । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଦୃଶ୍ୟନୁଯାୟୀ, ଆପ୍ ସାଂସଦ ରାଘବ ଚଢା ସଂସଦ ବାହାରେ ଫୋନରେ କଥା ହେବା ସମୟପେ ତାଙ୍କୁ ଏକ କାଉ ବରମ୍ବାର ଖୁମ୍ପିବାରେ ଲାଗିଥିଲା । ଯାହାର କିଛି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଯାହା ପରେ ବିଜେପି ଆପ ନେତାଙ୍କୁ ଟାର୍ଗେଟ୍ କରି କହିଛି ଯେ, ଝୁଟ୍ ବୋଲେ କୌୱା କାଟେ… ଆଜି ପର୍ଯ୍ୟନ୍ତ କେବଳ ଶୁଣି ଥିଲୁ, ହେଲେ ଆଜି ଦେଖିଲୁ… ମିଛୁଆଙ୍କୁ କାଉ କାମୁଡେ ବୋଲି । ମୌସୁମୀ ଅଧିବେଶନରେ ମଣିପୁର ହିଂସା କାଣ୍ତ ପାଇଁ ମୋଦିଙ୍କ ବିବୃତି ଦାବି କରିବା ସହ ଅନାସ୍ଥା ପ୍ରସ୍ତାବ ପାଇଁ ବିରୋଧି ଏକାଠି ହୋଇଛନ୍ତି । ବିରୋଧୀଙ୍କ ପକ୍ଷରୁ ଦିଆଯାଇଥିବା ବିଜ୍ଞପ୍ତିକୁ ଗୁରୁତର ସହ ନେବା ସହ ଗୁରୁବାର ଦିନ ଆଲୋଚନା କରିବା ନେଇ ପ୍ରତିଶୃତି ଦେଇଛନ୍ତି ବାଚସ୍ପତି ।

Related posts

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପଖାଳ କଂସାକୁ ନେଇ ଚର୍ଚ୍ଚା

mahabharatanews

ବିଜେପିରେ ଯୋଗ ଦେଲେ ଅର୍ଜୁନ ମୋଧୱାଡିଆ

mahabharatanews

ଖଚିତ ଆଇଇଡିକୁ ନିଷ୍କ୍ରୀୟ କଲା ସୁରକ୍ଷା ବଳ

mahabharatanews