ଓଡିଶା

ପ୍ରବଳ ବର୍ଷା  ସମ୍ଭାବନା;୧୭ ଜିଲ୍ଲାକୁ ଓ୍ଵାର୍ଣ୍ଣିଂ ଜାରି 

(ଭୁବନେଶ୍ୱର) : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୨୯ ଜୁଲାଇ, ଶନିବାର ଅପରାହ୍ନ ମଧ୍ୟରେ ଓଡ଼ିଶାର ୩ ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା  ସମ୍ଭାବନା ରହଥିବା ବେଳେ ୧୪ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।

ସୂଚନାନୁଯାୟୀ , ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ଏଥିନିମନ୍ତେ ଏହି ୩ ଜିଲ୍ଲାକୁ ଅରେଞ୍ଜ ବା କମଳା ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ ଓ ଦେବଗଡ଼ ପ୍ରଭୃତି ୧୪ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଏହି ସମସ୍ତ ଜିଲ୍ଲାକୁ ହଳଦିଆ ଚେତାବନୀ ବା ୟେଲୋ ଓ୍ଵାର୍ଣ୍ଣିଂଜାରି କରିଛି ପାଣିପାଗ ବିଭାଗ।

Related posts

ରାଜ୍ୟରେ ରହିଛନ୍ତି ୧୧ ହଜାର ୩୯୭ ଘର ବାରି ଶୂନ୍ୟ ପରିବାର

mahabharatanews

ରାଇରଙ୍ଗପୁରରେ ଵାମନଘାଟୀ ଉପଖଣ୍ଡ ସ୍ତରୀୟ ୪୦ତମ ଛଉନୃତ୍ଯ ପ୍ରତିଯୋଗିତା

mahabharatanews

ରାଷ୍ଟ୍ରୀୟମର୍ଯ୍ୟଦାରେ ହେବ  ସ୍ୱାଧୀନତା ସଂଗ୍ରାମୀ ମକରଙ୍କ ଶେଷକୃତ୍ୟ

mahabharatanews