(ଭୁବନେଶ୍ଵର) : ଜୟପୁର-ଭୁବନେଶ୍ବର ଉଡୁଥିବା ବିମାନ ବାତିଲ । କେବେ ପାଗ ଖରାପ ତ କେବେ ଯାନ୍ତ୍ରିକ ତ୍ରୁଟି କାରଣରୁ ଉଡ଼ାଣ ବାତିଲ୍ ହେଉଛି। ଜୁଲାଇରେ ଅଧା ଦିନ ଉଡ଼ାଣ ଭରିନଥିବା ବେଳେ ବିମାନ ଗତକାଲି ବାତିଲ୍ ରହିଛି । କେଵେଳ ସେତିକି ନୁହେ ଆଗାମୀ ଏଥି ସହିତ ୨୯ ଓ ୩୧ ତାରିଖରେ ଚଳାଚଳ ନ କରିବା ନେଇ ଘୋଷଣା କରିଛନ୍ତି ଇଣ୍ଡିଆ ୱାନ୍ ଏୟାର୍ କର୍ତ୍ତୃପକ୍ଷ। ଯାହାକୁ ନେଇ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସୂଚନାନୁଯାୟୀ , ଅଗଷ୍ଟ ମାସରେ ମାତ୍ର ୧୬ ଦିନ ହିଁ ବିମାନ ଚାଲିବ। ଟିକେଟ୍ ବୁକିଂ ସାଇଟ୍ରେ ଅଗଷ୍ଟ ୨, ୩, ୪, ୫, ୬ ତାରିଖରେ ବିମାନ ଉଡ଼ାଣ ଭରିବା ନେଇ ଦେଖାଉଛି। ଏହା ପରେ ୭ ଓ ୮ ତାରିଖ ଚଳାଚଳ ନ କରି ପୁଣି ୯, ୧୦, ୧୩ ,୧୬, ୧୭, ୨୦, ୨୩, ୨୪, ୨୭, ୩୦ ଓ ୩୧ତାରିଖରେ ଟିକେଟ ସଂରକ୍ଷଣ ପାଇଁ ସାଇଟ୍ ଖୋଲା ରହିଛି। ବର୍ଷା ପ୍ରଭାବରେ ଅଧିକାଂଶ ଦିନ ଜୟପୁର ଆକାଶ ମେଘାଚ୍ଛନ୍ନ ରହୁଛି। କୁଣ୍ଡା ଝଡ଼ା ବର୍ଷା ଲାଗି ରହୁଥିବାରୁ ବିମାନ ଲ୍ୟାଣ୍ଡିଂ ଓ ଟେକ୍ଅପ୍ରେ ସମସ୍ୟା ସୃଷ୍ଟି ହେଉଛି। ଜୁଲାଇ ୧୫ ତାରିଖରେ ବିମାନଟି ସହର ଉପରେ ଛଅ ଚକ୍କର କାଟିବା ପରେ ଲ୍ୟାଣ୍ଡିଂ ନ କରି ପାଇଲଟ୍ ପୁଣି ବିମାନକୁ ଭୁବନେଶ୍ବରକୁ ଫେରାଇ ନେଇଥିଲେ।
