ଓଡିଶା

ହାତୀକୁ ନିଆଁ ହୁଳା ମାଡ଼ ଘଟଣାରେ ୨ କର୍ମଚାରୀ ନିଲମ୍ବିତ

(କରଞ୍ଜିଆ) : ଦିନକୁ ଦିନ ହାତୀ ଉପଦ୍ରଵ ବୃଦ୍ଧି ପାଉଥିବା ବେଳେ ଏକ ବିବେକ ଥାଇ ମଣିଷର ପଶୁରୂପ ସାମ୍ନାକୁ ଆସିଥିଲା  । ହଁ ଆଂଜ୍ଞା ଆମେ କହୁଛୁ  ହାତୀକୁ ନିଆଁହୁଳା ମାଡ଼ ଘଟଣା କଥା । ଉକ୍ତ ଘଟଣାରେ ୨ ବନ କର୍ମଚାରୀ ବହିଷ୍କୃତ ହୋଇଥବା ସୂଚନା ମିଳିଛି । ତେବେ ସେମାନେ ହେଲେ ଦୁଧିଆଣି ରେଞ୍ଜର ଏହି ୨ ଅସ୍ଥାୟୀ ବନ କର୍ମଚାରୀ ଦୀପକ ମୁଣ୍ଡା ଓ ବାପି ମାଝୀଙ୍କୁ ବହିଷ୍କୃତ କରାଯାଉଛି।

ସୂଚନାନୁଯାୟୀ , ହାତୀକୁ ନିଆଁ ହୁଳା ମାଡ଼ ଭିଡ଼ିଓ ମୋବାଇଲରୁ ମୋବାଇଲ ଭାଇରଲ ହୋଇଥିଲା। କିଛି ସ୍ଥାନୀୟ ଲୋକ ଓ ବନ କର୍ମଚାରୀ ହାତୀ ଘଉଡ଼ାଉ ଥିବା ବେଳେ ନିଆଁ ହୁଳା ମାଡ଼ କରିଥିଲେ। ନିଆଁ ହୁଳା ଧରିଥିବା ଏହି ଦୁଇ ବନକର୍ମଚାରୀ ଗୋଟିଏ ହାତୀକୁ ପ୍ରହାର କରୁଥିବା ଭିଡ଼ିଓରେ ଦେଖିବାକୁ ମିଳିଥିଲା। ତେବେ ଏହି ଘଟଣାର ତଦନ୍ତ ପାଇଁ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (RCCF) ନିର୍ଦେଶ ଦେଇଥିଲେ। ଦୁଇ ଅସ୍ଥାୟୀ ବନ କର୍ମଚାରୀ ସଫେଇ ଦେଇଥିଲେ ଯେ ହାତୀ ଜନବସତି ଆଡ଼କୁ ମାଡ଼ି ଆସିଥିଲା ଓ ସେମାନଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ସେଥିପାଇଁ ହାତୀକୁ ନିଆଁହୁଳାରେ ପକାଇଥିଲେ ।

Related posts

ଫାଇଭ ଟି ସଚିବ ଓ ଉନ୍ନୟନ ସଚିବ ଜିଲ୍ଲା କୋଭିଡ ହସପିଟାଲ ପରିଦର୍ଶନ

mahabharatanews

୨୪ କିଲୋ ଗଞ୍ଜେଇ ଜବତ, ଦୁଇ ଗିରଫ

mahabharatanews

କିଶନନଗରରୁ ଉଦ୍ଧାର ହେଲା ୧୦ ଫୁଟର ଅଜଗର

mahabharatanews