ଭାରତ

ମନ ମୋହୁଛି ରଣବୀର ଓ ଆଲିଆଙ୍କ ଯୋଡି

 (ମୁମ୍ବାଇ) :  କରଣ ଜୋହରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରକି ଅର ରାନୀ କି ପ୍ରେମ କାହାନି’ ଗତକାଲି ଅର୍ଥାତ୍ ୨୮ ଜୁଲାଇରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରରେ ରଣବୀର  ସିଂ ଏବଂ ଆଲିଆ ଭଟ୍ଟଙ୍କ ରୋମାନ୍ସ, ପ୍ରେମ, ଝଗଡ଼ାର ଝଲକ ଦେଖିବା ପାଇଁ ମିଳୁଛି । ଯାହା ବର୍ତ୍ତମାନ ଫ୍ୟାନ୍ସ ବେଶ ପସନ୍ଦ ଆସୁଛି । ସମସ୍ତ ପ୍ରଶଂସକ ସୋସିଆଲ ମିଡିଆରେ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି  ।

ଖବରାନୁଯାୟୀ, ଏହି ଫିଲ୍ମର ପ୍ରମୋସନରେ କୌଣସି କମି ରଖିନଥିଲେ ମେକର୍ସ । ପ୍ରେକ୍ଷାଳୟରେ ଅନ୍ୟ କୌଣସି ଫିଲ୍ମ ରିଲିଜ୍ ହୋଇନଥିବାରୁ ଫିଲ୍ମର ନିର୍ମାତାମାନଙ୍କ ପାଇଁ ଏହା ଏକ ଭଲ ସୁଯୋଗ । ଏଭଳି ପରିସ୍ଥିତିରେ ଫିଲ୍ମର ଆୟ ନିଶ୍ଚିତ ଭାବେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Related posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିଲେ

mahabharatanews

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କାର୍ଯ୍ୟରୁ ବହିଷ୍କୃତ 

mahabharatanews

ମୁଖ୍ୟମନ୍ତ୍ରୀଙ୍କ ଭାଇ ଘରେ ସିବିଆଇ ଚଢ଼ାଉ

mahabharatanews