ଭାରତ

ଅଚାନକ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ପୋରଣ ,୯ ମୃତ 

(ତାମିଲନାଡୁ) : ଅଚାନକ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ପୋରଣ । ତାମିଲନାଡୁ କ୍ରିଷ୍ଣାଗିରୀର ସ୍ଥିତ ଏକ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବାଣ ବିସ୍ପୋରଣ ହୋଇଛି । ଫଳରେ ୧୨ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୯ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ବାଣ ଫ୍ୟାକ୍ଟ୍ରି ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖରେ ଥିବା ଦୋକାନରେ ନିଆଁ ଲାଗିବା ସହ ଭୁଶୁଡି ପଡିଛି । ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପାଖରେ ଥିବା ଏକ ହୋଟେଲ କୋଠା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି ଏବଂ ଆଖପାଖରେ ଥିବା ତିନି ଚାରି ଘର ଆଂଶିକ ନଷ୍ଟ ହୋଇଛି । ତେବେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Related posts

ସୋନିଆଙ୍କ ଆଶୁ ଆରୋଗ୍ୟ କାମନା କଲେ ବରିଷ୍ଠ ନେତା ମହମ୍ମଦ ଅଲୀ ଶବିର

mahabharatanews

ତମ୍ବାଖୁ ବର୍ଜନ ଦିବସ ; କ୍ୟାନସରରେ ଯାଉଛି ହଜାର ହଜାର ଜୀବନ

mahabharatanews

ଫାଇନାଲ ପାଇଁ ସ୍ୱତନ୍ତ୍ର ଟ୍ରେନ 

mahabharatanews