ଓଡିଶା

ବିବାହ ବିଛେଦ ମାମଲା: ବର୍ଷାଙ୍କୁ ୧୮୫ଟି ପ୍ରଶ୍ନ

(ଭୁବନେଶ୍ୱର) : ରାଜ୍ୟର ବହୁ ଚର୍ଚ୍ଚିତ ଅନୁଭବ-ବର୍ଷା ବିବାହ ବିଛେଦ ମାମଲାରେ ଆଜି ଚୂଡ଼ାନ୍ତ ସାକ୍ଷ୍ୟଗ୍ରହଣ ଶେଷ ହୋଇଛି । ଏଥିରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଶେଷଥର ପାଇଁ ୪ଘଣ୍ଟା ଜେରା କରାଯାଇଛି । ଦୁଇଟି ପର୍ଯ୍ୟାୟରେ ବର୍ଷାଙ୍କୁ ୪ ଘଣ୍ଟା ଜେରା କରାଯାଇଛି । ତେବେ ବର୍ଷାଙ୍କୁ ଜେରା କରିଥିଲେ ଅନୁଭବ ମହାନ୍ତିଙ୍କ ଓକିଲ । ବର୍ଷାଙ୍କୁ ପାଖାପାଖି ୧୮୦ରୁ ୧୮୫ଟି ପ୍ରଶ୍ନ କରିଥିଲେ ଅନୁଭବଙ୍କ ଓକିଲ । ଅକ୍ଟୋବର ୧୩ ତାରିଖ ସୁଦ୍ଧା ମାମଲାର ପୂର୍ଣ୍ଣାଙ୍ଗ ରାୟ ପ୍ରକାଶ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ସୂଚନାନୁଯାୟୀ ,  ଉଭୟ ପକ୍ଷ ଆଜି କୋର୍ଟରେ ନିଜ ନିଜର ଦଲିଲ ଉପସ୍ଥାପନ କରିଥିଲେ । ଜୁଲାଇ ୩୧ ସୁଦ୍ଧା ବର୍ଷାଙ୍କୁ ଜେରା କରିବା ଏବଂ ୪ ସପ୍ତାହ ମଧ୍ୟରେ ଉଭୟ ପକ୍ଷ ଯୁକ୍ତି ଶେଷ କରି ଅକ୍ଟୋବର ଶେଷ ସୁଦ୍ଧା ମାମଲାର ଫଇସଲା କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଫ୍ୟାମିଲି କୋର୍ଟରେ ଶୁଶାଣି ବିଳମ୍ବ ହେଉଥିବା ଦର୍ଶାଇ ହାଇକୋର୍ଟରେ ଆବେଦନ କରିଥିଲେ ଅନୁଭବ । ଅହେତୁକ ବିଳମ୍ବ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ହେଉଥିବା ଦର୍ଶାଇ ଥିଲେ ଅନୁଭବଙ୍କ ଓକିଲ ।

Related posts

ବିଲରେ ପସିି କାର ଦୁର୍ଘଟଣାଗ୍ରସ୍ତ, ଚାଳକ ଗୁରୁତର

mahabharatanews

କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଘରକୁ ଗଲେ ୧୧୯ଜଣ ପ୍ରବାସୀ ଓଡିଆ

mahabharatanews

ବିବାଦୀୟ ଅଡିଓ କ୍ଲିପ ମାମଲା: ଦୁଇ ବନ୍ଧୁଙ୍କୁ କୋର୍ଟ ଚାଲାଣ କରାଯିବ

mahabharatanews