ଭାରତ

ଆହୁରି ବଢିବ ଟମାଟୋ ଦର

(ଦିଲ୍ଲୀ)  : ବର୍ତ୍ତମାନ ବଜାରରେ ଟମାଟୋ ଦର ୨୦୦ ଟଙ୍କା ଛୁଇଁବା ପାଇଁ ବସିଲାଣି । ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକା ଓ ତାମିଲନାଡୁରେ ବର୍ଷା ବିତ୍ପାତ୍ତ ଯୋଗୁ ଟମାଟୋ ମୂଲ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଟମାଟୋର ମୂଲ୍ୟ ବୃଦ୍ଧି ଗତ ଦୁଇ ମାସ ଧରି ଖାଉଟିଙ୍କୁ ଅସୁବିଧାରେ ପକାଇଛି। ଉତ୍ପାଦନକାରୀ ରାଜ୍ୟଗୁଡିକରେ ଦୀର୍ଘ ଦିନର ଅଭାବ ହେତୁ ଟମାଟୋ ମୂଲ୍ୟ ଆକାଶଛୁଆଁ ହୋଇଛି । ଟମାଟୋ ବର୍ତ୍ତମାନ କିଲୋ ପିଛା ୨୦୦ ଟଙ୍କାରୁ ଅଧିକ ହେବାର ସମ୍ଭାବନା ରହିଛି ।

ସୂଚନାନୁଯାୟୀ , ଜୁନ୍ ମାସରୁ ଦେଶରେ ଟମାଟୋ ଦର ବୃଦ୍ଧି ପାଇବାରେ ଲାଗିଛି । ଯେଉଁଥିରେ ବ୍ରେକ୍ ଲାଗୁ ନାହିଁ । ସମସ୍ତ ରାଜ୍ୟରେ ପ୍ରବଳ ବର୍ଷା ହେତୁ ଫସଲର ନାହିଁନଥିବା କ୍ଷତି ହେବା ଫଳରେ ଲଗାତାର ଟମାଟୋ ଦର ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଖୁଚୁରା ବଜାରରେ ଟମାଟୋ କିଲୋ ପ୍ରତି ୧୫୦-୧୮୦ ଟଙ୍କାରେ ବିକ୍ରି ହେଉଛି । କିନ୍ତୁ ଖୁବ ଶୀଘ୍ର ଟମାଟୋ ଖୁଚୁରା ବଜାରରେ କିଲୋ ପିଛା ୨୦୦ ଟଙ୍କାରେ ବିକ୍ରି ହେବାର ସମ୍ଭାବନା ରହିଛି ।

Related posts

‘ବୀର ବାଲ ଦିବସ’ ପାଳନ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ 

mahabharatanews

ଦିଲ୍ଲୀରେ ହିଟୱେଭ୍‌ ଆଲର୍ଟ ଜାରି,ତାପମାତ୍ରା ୪୬.୨ ଡିଗ୍ରି

mahabharatanews

 ୫ ହାଇବ୍ରିଡ୍‌’ ଆତଙ୍କବାଦୀ ଗିରଫ

mahabharatanews