Uncategorized

ମହାରାଷ୍ଟ୍ରରେ କ୍ରେନ୍‌ ଭୁଶୁଡ଼ିବା ଘଟଣା; ମୃତ୍ୟୁ ସଂଖ୍ୟା ୨୦ ପାର

(ମହାରାଷ୍ଟ୍ର) : ଅଚାନକ କ୍ରେନ୍‌ ଭୁଶୁଡ଼ି ୨୦  ମୃତ ।  ମହାରାଷ୍ଟ୍ରର ଥାନେ ଜିଲ୍ଲା ଅଧୀନସ୍ଥ ଶାହପୁର ତହସିଲରେ ଆଜି ସମୃଦ୍ଧି ଏକ୍ସପ୍ରେସୱେର ତୃତୀୟ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଏକ କ୍ରେନ୍‌ ଭୁଶୁଡ଼ି ପଡ଼ିବାରୁ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ୍ୟୁସଂଖ୍ୟା ଆଗକୁ ବଢ଼ିବ ବୋଲି ଆଶଙ୍କା କରାଯାଇଛି।

ସୂଚନାନୁଯାୟୀ , ଏନେଇ ମହାରାଷ୍ଟ୍ର ମନ୍ତ୍ରୀ ରବିନ୍ଦ୍ର ଚୌହାନ କହିଛନ୍ତି, ମୃତକଙ୍କ ମଧ୍ୟରେ ୬ ଜଣ ଇଂଜିନିୟର ଅଛନ୍ତି। ମର ଶରୀରଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ଶାହପୁର ସରକାରୀ ହସ୍ପିଟାଲ ପଠାଯାଇଛି। ଆହତମାନଙ୍କୁ ଶାହପୁର ଗ୍ରାମୀଣ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୁଲିସ, ଏନଡିଆରଏଫ୍‌ ଏବଂ ଅଗ୍ନି ନିର୍ବାପକ ଦଳ ଦ୍ବାରା ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାର ସଦସ୍ୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ମଧ୍ୟ ଉକ୍ତ ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

Related posts

ଆମେରିକାର ବିମାନ ଧ୍ୱଂସକାରୀ ଲେଜର୍ ଅସ୍ତ୍ର ସଫଳ ପରୀକ୍ଷଣ

mahabharatanews

୭ ଆସନରୁ ଆପ ନିଜ ବାଗିଙ୍କ ସହ ମୁହାଁମୁହିଁ

mahabharatanews

କରୋନା: ଉଚିତ ଅନୁଚିତ

mahabharatanews