ବିଶ୍ୱ

ବେଜିଙ୍ଗ୍‌ରେ ପ୍ରବଳରୁ ଅତି ପ୍ରବଳ ବର୍ଷା

(ବେଜିଙ୍ଗ୍) : ଲଗାତାର ବର୍ଷା ହେତୁ ବାତ୍ୟା ‘ଡୋକ୍‌ସୁରି’ ପ୍ରଭାବ ଯୋଗୁଁ ଗତ ଅଳ୍ପ କେତେ ଦିନ ହେବ ଚୀନ୍‌ର ରାଜଧାନୀ ବେଜିଙ୍ଗ୍‌ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି ।ବର୍ଷା ପାଣିରେ ରାସ୍ତାଘାଟ ସବୁ କେନାଲ୍‌ ପାଲଟି ଯିବାରୁ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଜରୁରୀକାଳୀନ ଟିମ୍‌ ‘ରବର୍‌ ବୋଟ୍‌’ ବ୍ୟବହାର କରିଥିଲେ। ପ୍ରାୟ ୮୫୦,୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା କଥା ହେବେଇ ପ୍ରଦେଶର ଆଞ୍ଚଳିକ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।

ସୂଚନାନୁଯାୟୀ ,  ଶନିବାରରୁ ବୁଧବାର ସକାଳ ସୁଦ୍ଧା ବେଜିଙ୍ଗ୍‌ରେ ୭୪୪.୮ ମିଲିମିଟର୍‌ ବା ୨୦.୩ ଇଞ୍ଚ୍‌ ବର୍ଷା ରେକର୍ଡ କରାଯାଇଥିଛି। ଭୀଷଣ ବର୍ଷା ଯୋଗୁଁ ବେଜିଙ୍ଗ୍‌ରେ ୨୧ଜଣଙ୍କର ମୃତ୍ୟୁ ଘଟିଥିବା କଥା ବୁଧବାର ଦିନ ଜଣେ ଉଦ୍ଧାରକାରୀ ସୁନିଶ୍ଚିତ କରି କହିଛନ୍ତି। ଆଉ ୨୬ଜଣ ବ୍ୟକ୍ତି ନିଖୋଜ ହୋଇଯାଇଥିବା କଥା ମଧ୍ୟ ସେ କହିଛନ୍ତି।

 

Related posts

ପାକିସ୍ତାନ ସୁପ୍ରିମ କୋର୍ଟର ପ୍ରଥମ ମହିଳା ବିଚାରପତି ନିଯୁକ୍ତ

mahabharatanews

ଇବ୍ରାହିମ ଇସ୍କନ୍ଦର ମାଲେସିଆର ନୂତନ ସୁଲତାନ

mahabharatanews

ଭୁଶୁଡ଼ି ପଡିଲା ବ୍ରିଜ, ପାଣିରେ ବୁଡିଗଲା ଟ୍ରେନ

mahabharatanews