ଭାରତ

ଥମୁନି ମଣିପୁର ହିଂସା : ଗୁଳି କରି ୩ଜଣଙ୍କୁ ହତ୍ୟା 

(ମଣିପୁର) : ଦିନକୁ ଦିନ ଥମିବାର ନାଁ ନେଉନି ମଣିପୁର ହିଂସା । ଏହାର ମଧ୍ୟରେ ବିଷ୍ଣୁପୁର ଜିଲ୍ଲାରେ ୩ ଜଣଙ୍କୁ ହତ୍ୟା କରାଯାଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ବେଳେ ଏପରି ଅଘଟଣ ଘଟିଛି । ସେହିପରି ଅନେକ ଘରେ ନିଆଁ ଲଗାଇ ଜାଳିଦେଲେ ଉପଦ୍ରବକାରୀ ।

 ସୂଚନା ଅନୁସାରେ, ଗତକାଲି ସଂଧ୍ୟାରେ ଦୁଇ ସଂପ୍ରଦାୟର ଲୋକ ମୁହାଁମୁହିଁ ହୋଇଥିଲେ । ପିରିସ୍ଥିତି ଏତେ ବିଗିଡିଯାଇଥିଲା ଯେ ମୈତୀ ସମ୍ପଦାୟର ୩ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସେହିପରି କୁକୀ ସମୁଦାୟ ଲୋକଙ୍କ ଘରେ ନିଆଁ ଲଗାଇଦେଇଛନ୍ତି ବିକ୍ଷୋଭକାରୀ । ତେବେ ବଫର ଜୋନ୍ ପାରକରି କିଛି ଲୋକ ମୈତୀ ସମ୍ପଦାୟ ଏରିଆରେ ପ୍ରବେଶ କରି ଏପରି ନାରକୀୟ କାଣ୍ତ ଘଟାଇଥିବା ନେଇ ସୂଚନା ରହିଛି ।

Related posts

ନୂଆବର୍ଷରୁ ପ୍ରତ୍ୟେକ ଟୋଲ୍ ପ୍ଲାଜାରେ ଲାଗିବ ହାଇ- ସ୍ପିଡ୍ କ୍ୟାମେରା

mahabharatanews

ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପର ଝଟକା

mahabharatanews

ରେଳ ନିଯୁକ୍ତି ଦୁର୍ନୀତି ମାମଲା, ଲାଲୁ ଯାଦବଙ୍କ ପୂର୍ବତନ ଓଏସଡି ଗିରଫ

mahabharatanews