(ମୁମ୍ବାଇ) : ସନ୍ନି ଦେଓଲ୍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗଦର୍: ଏକ୍ ପ୍ରେମ୍ କଥା’ର ଦ୍ବିତୀୟ ଭାଗ ‘ଗଦର-୨’ ଅଗଷ୍ଟ ୧୧ ତାରିଖରେ ମୁକ୍ତିଲାଭ କରିବେ। ଏହାର ପ୍ରମାଣ ଆଡ୍ଭାନ୍ସ ଟିକେଟ୍ ବୁକିଂରୁ ଜଣାପଡ଼ୁଛି। ଆଜକୁ ୮ ଦିନ ହେଲା ଚଳଚ୍ଚିତ୍ରର ଆଡ୍ଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି ।
ସୂଚନାନୁଯାୟୀ , ମଙ୍ଗଳବାର ଅଗଷ୍ଟ ୮ ତାରିଖ ସଂଧ୍ୟା ସାଢ଼େ ୫ ସୁଦ୍ଧା ସାରା ଦେଶରେ ‘ଗଦର-୨’ର ୧୩୭୮୯୪ଟି ଟିକେଟ ବିକ୍ରି ହୋଇସାରିଛି। ଅର୍ଥାତ ଏହି ଚଳଚ୍ଚିତ୍ରକୁ ୧୮ ବର୍ଷରୁ କମ୍ ପିଲାମାନେ ଦେଖିପାରିବେ ନାହିଁ ଏଥିସହ ରାଜଧାନୀର ମହାରାଜା ହଲ୍ରେ ‘ଗଦର -୨’ର ୨ଟି ଓ ‘ଓଏମ୍ଜି-୨’ର ୨ଟି ଲେଖାଏ ସୋ’ ପଡ଼ିବ ବୋଲି ସୂଚନା ମିଳିଛି ।