ଓଡିଶା

ଶୁଭଲକ୍ଷ୍ମୀ ଆତ୍ମହତ୍ୟା ମାମଲା; ଭାଇରଲ ଭିଡିଓର ସତ୍ୟତା ନାହିଁ

(ଭୁବନେଶ୍ୱର) : ବହୁ ଚର୍ଚିତ ଶୁଭଲକ୍ଷ୍ମୀ ଆତ୍ମହତ୍ୟା ମାମଲା‌ରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ। ସେ କହିଛନ୍ତି, ମାନସିକ ଚାପରେ ରହୁଥିଲେ ଶୁଭଲକ୍ଷ୍ମୀ। ମାନସିକ ଚାପର କାରଣକୁ ନେଇ ସବୁ ଦିଗକୁ ନେଇ ତଦନ୍ତ ହେଉଛି ।
ସିଡିଆର ରିପୋର୍ଟ ରୁ ସେମିତି କିଛି ତଥ୍ୟ ମିଳିନାହିଁ। ମୋବାଇଲରୁ ବି ମିଳିନି କିଛି ତଥ୍ୟ। ତଦନ୍ତ ବେଳେ କୌଣସି ଭାଇରଲ ଭିଡିଓ ପୁଲିସ ହାତରେ ଲାଗିନି ବା ଭାଇରଲ ହେଉଥିବା ଭିଡିଓର ସତ୍ୟତା ନାହିଁ। ସେ ଭିଡ଼ିଓ କାହାର ତାହା ବି ସ୍ପଷ୍ଟ ହୋଇ ପାରୁନି। ଏହାଛଡ଼ା ପରିବାର ସହ ବନ୍ଧୁ, ବାରର କର୍ମଚାରୀଙ୍କୁ ପଚରାଉଚରା ଶେଷ ହୋଇଛି।

ସୂଚନାନୁଯାୟୀ , ଦୀପାଲି ବାରରେ ବାର ଡ୍ୟାନ୍ସର ଭାବେ କାମ କରୁଥିବା ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ମହିଳା କମିଶନ। ୧୫ ଦିନ ମଧ୍ୟରେ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ କମିଶନରେଟ ପୁଲିସକୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଛନ୍ତି।

Related posts

କୋରୋନା ମୁକାବିଲା ପାଇଁ ଜ୍ୟାକ୍ ମା ଦେଲେ ୧୪ ମିଲିୟନ ଡଲାର

mahabharatanews

ବିଡିଓ ରମେଶ ଚନ୍ଦ୍ର ଜେନାଙ୍କୁ କରୋନା ସଂଗ୍ରାମୀ ସେନାପତି ଉପାଧିରେ ଭୂଷିତ

mahabharatanews

ହିଞ୍ଜିଳି ଗ୍ରାମ୍ୟ ବିକାଶର ଚିତ୍ର ଦେଖିଲେ କେନ୍ଦ୍ର ସରକାରଙ୍କ ଯୁଗ୍ମ ସଚିବ

mahabharatanews