ଭାରତ

ମାତ୍ର ୧ ଟଙ୍କା ଖର୍ଚ୍ଚରେ ବୁଲିପାରିବେ ପୁରା ଦେଶ

(ଦିଲ୍ଲୀ) : ଦିଲ୍ଲୀରୁ ଡ଼େରାଡୁନ୍, ଆଗ୍ରା, ଜୟପୁର ଯିବା ପାଇଁ ଆପଣ ମାତ୍ର ୧ ଟଙ୍କା ଖର୍ଚ୍ଚରେ ଏହି ଯାତ୍ରା ପୁରା କରିପାରିବେ । ଦିଲ୍ଲୀରୁ ଜୟପୁର, ଡ଼େରାଡୁନ୍, ଆଗ୍ରାକୁ ଏସି ବସ୍ ଯୋଗେ ଯାତ୍ରା କରିବା ପାଇଁ ଆପଣଙ୍କୁ ମାତ୍ର ଏକ ଟଙ୍କା ଖର୍ଚ୍ଚ ହେବ । ପରିବେଶ ପ୍ରଦୁଷଣ ରୋକିବା ଓ ଧୁମ୍ର ବିହୀନ ଗାଡ଼ି ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପରିବହନ ସଂସ୍ଥା ପକ୍ଷରୁ ଏଭଳି ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି । ଏହି ସ୍ୱତନ୍ତ୍ର ଅଫର କେବଳ ଅଗଷ୍ଟ ୧୫ ବା ସ୍ୱାଧୀନତା ଦିବସ ଉପଲକ୍ଷେ ଦିଆଯାଇଛି । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହି ବସ୍‌ ଗୁଡ଼ିକ ବିଦ୍ୟୁତ ଦ୍ୱାରା ଚାଳିତ ।

ସୂଚନାନୁଯାୟୀ , ସ୍ୱାଧୀନତା ଦିବସ ଅବସରରେ, ୧୫ ଅଗଷ୍ଟ ଦିନ ଗ୍ରୀନ୍ସେଲ ମୋବିଲିଟିର ଇଣ୍ଟରସିଟି ଇଲେକ୍ଟ୍ରିକ୍ ଏସି ବସ୍ କୋଚ୍ ସେବା NueGo ଏହି ସ୍ୱତନ୍ତ୍ର ଅଫର ଆଣିଛି । ଏହି ଅଫର ଅନୁଯାୟୀ ଲୋକମାନେ ଦିଲ୍ଲୀରୁ ଜୟପୁର, ଦେହରାଡୁନ୍, ଆଗ୍ରାକୁ କେବଳ ଏକ ଟଙ୍କାରେ ଯାତ୍ରା କରିବାର ସୁଯୋଗ ପାଇବେ । ୭୭ ତମ ସ୍ୱାଧୀନତା ଦିବସ ଅବସରରେ କମ୍ପାନୀ ଏହି ଅଫର ନେଇଛି । ଏହି ଅଫର ଅନୁଯାୟୀ ଯାତ୍ରୀମାନେ କେବଳ ଗୋଟିଏ ଟଙ୍କାରେ ଚୟନ ଗନ୍ତବ୍ୟସ୍ଥଳ ପାଇଁ ଟିକେଟ ବୁକ୍ କରିପାରିବେ । ଏଥିପାଇଁ ଆଗୁଆ ବୁକିଂର ବ୍ୟବସ୍ଥା ମଧ୍ୟ ରହିଛି ।

Related posts

ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ

mahabharatanews

ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁ ହୁତୁ ହୋଇ ଜଳିଲା ଏସି ବଗି, ଜୀବନ୍ତ ଜଳିଗଲେ ଯାତ୍ରୀ

mahabharatanews

ଆରମ୍ଭ ହେଲା ମତଦାନ, ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ଲକ୍ ହେବ

mahabharatanews