ଭାରତ

ହିମାଚଳରେ ପ୍ରବଳ ବର୍ଷା ସମ୍ଭାବନା, ସ୍କୁଲ୍‌ ବନ୍ଦ ଘୋଷଣା  

(ହିମାଚଳ) :  ଲଗାଣ ବର୍ଷା ହେତୁ ଅଗଷ୍ଟ ୨୨ ରୁ ୨୪ ତାରିଖ ମଧ୍ୟରେ ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ଭାରତ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି । ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ।  ନଦୀ ଓ ଡ୍ରେନରେ ଜଳ ସ୍ତର ବଢ଼ିବ। ଯାହାଫଳରେ ଫସଲ ଅମଳ ଉପରେ ପୂରା ପ୍ରଭାବ ପଡ଼ିବ ବୋଲି ଆଇଏମ୍‌ଡି ପକ୍ଷରୁ ସୂଚନା ମିଳିଛି।

ସୂଚନାନୁଯାୟୀ ,  ଗତ କିଛି ମାସ ମଧ୍ୟରେ କ୍ରମାଗତ ବର୍ଷା ହେତୁ ପାହାଡ଼ିଆ ରାଜ୍ୟଗୁଡିକରେ ବ୍ୟାପକ ଧ୍ୱଂସ ଓ ମୃତ୍ୟୁ ଘଟିଚାଲିଛି। ସୋମବାର ଉତ୍ତରପ୍ରଦେଶର ତେହେରୀ ଜିଲ୍ଲାର ଚାମ୍ବାରେ ଭୂସ୍ଖଳନ ହେବାରୁ ଦୁଇ ମହିଳା, ଜଣେ ୪ ମାସର ଶିଶୁ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଥିବା ପୁଲିସ ସୂଚନା ପ୍ରଦାନ କରିଛି  ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସତର୍କତାକୁ ଦୃଷ୍ଟିରେ ରଖି ତେହେରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିଛି ।

Related posts

ନଓ୍ଵାବ ମଲ୍ଲିକ ଗିରଫ

mahabharatanews

୭୨ ଜଣଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବିମାନ ଗୁର୍ଘଟଣାଗ୍ରସ୍ତ

mahabharatanews

ମଣିପୁର ହିଂସା:ଜଣେ ସୁରକ୍ଷାକର୍ମୀଙ୍କ ସମେତ ୫ ମୃତ୍ୟୁ

mahabharatanews