ଓଡିଶା

ଏଣିକି ମଶା ମାରିବ ଡ୍ରୋନ

(ଭୁବନେଶ୍ୱର) : ଏଣିକି ମଶା ମାରିବ ଡ୍ରୋନ । ଡ୍ରୋନ ମାଧ୍ୟମରେ ହେବ କେମିକାଲ ସ୍ପ୍ରେ । ମଶା ବଂଶ ବୃଦ୍ଧି ରୋକିବାକୁ ଡ୍ରୋନର ବ୍ୟବହାର କରାଯିବ । ଏ ନେଇ ବିଏମସି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ , ରାଜଧାନୀରେ ବଢୁଥିବା ଡେଙ୍ଗୁକୁ ଦୃଷ୍ଟିରେ ରଖି ମଶା ଉତ୍ପତ୍ତି ସ୍ଥାନରେ ଡ୍ରୋନ ମାଧ୍ୟମରେ ରସାୟନିକ ସ୍ପ୍ରେ କରାଯିବ । ଅପହଞ୍ଚ ଜଳଉତ୍ସ ଗୁଡିକରେ ଏହି ଔଷଧ ସ୍ପ୍ରେ କରାଯିବ । ଗାଡ଼ି ଯାଇ ପାରୁ ନ ଥିବା, ଅବ୍ଯବହୃତ ଜଳାଶୟ ରାସ୍ତା ନ ଥିବା ଅଞ୍ଚଳରେ ମଶା ଦମନରେ ସାମିଲ ହେବ ଡ୍ରୋନ । ସେହିପରି ସାପ୍ତାହିକ ଡ୍ରାଏ ଡେ ପାଳନ କରାଯାଉଛି। ଅଗଷ୍ଟ ୧୫ରୁ ଅମାନିଆଙ୍କଠୁ ଜରିମାନା ଆଦାୟ କରିବ ବିଏମସି । ଯେଉଁମାନଙ୍କ ଘରେ କିମ୍ବା ଘର ଆଖପାଖରେ ମଶା ଲାର୍ଭା ଉତ୍ପତ୍ତି ହେଉଛି ତାକୁ ସଫା ନକଲେ ବିଏମସି ଫାଇନ ଆଦାୟ କରିବ ।

Related posts

ଅଷ୍ଟମ ଦିନରେ ଶ୍ରୀଅଲାରନାଥଙ୍କ ଦର୍ଶନ,ପ୍ରବଳ ଗହଳି  

mahabharatanews

୪ ସେପ୍ଟେଜ୍ ଟ୍ରିଟମେଣ୍ଟ୍ ପ୍ଲାଣ୍ଟର ପରିଚାଳନା କରିବେ ମହିଳା ଏସଏଚଜି

mahabharatanews

ଶିଳ୍ପିମାନଙ୍କ କୂଳଦେବତାଙ୍କ ଆଜି ପୂଜା

mahabharatanews