ଓଡିଶା

ବଦଳିଲା ନିଷ୍ପତି ; ରାଜ୍ୟବ୍ୟାପୀ ବସ୍‌ ଚଳାଚଳ ବନ୍ଦ ବାତିଲ 

(ଭୁବନେଶ୍ୱର) : ଆଜି ଅର୍ଥାତ ଅଗଷ୍ଟ ୧୬ ରେ ରାଜ୍ୟବ୍ୟାପି ବସ୍‌ ଚଳାଚଳ ବନ୍ଦ କରିବା ନେଇ ଘରୋଇ ବସ୍ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ମାତ୍ର ଏବେ ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଛି । ଆସନ୍ତାକାଲି ସ୍ବାଭାବିକ୍ ରହିବ ବସ୍ ଚଳାଚଳ । କୌଣସି ରୁଟରେ ବସ୍ ସେବା ବନ୍ଦ ହେବନି ବୋଲି କହିଛନ୍ତି ଘରୋଇ ବସ୍ ସଂଘ ସଭାପତି ।

ସୂଚନାନୁଯାୟୀ , ରାଜ୍ୟ ବସ୍‌ ମାଲିକ ସଂଘର ସାଧାରଣ ପରିଷଦ ବୈଠକ ସୋମବାର ଏହି ନିଷ୍ପତ୍ତି ନିଆଯାଇ ଥିବା ସେ କହିଛନ୍ତି । ସେ କହିଛନ୍ତି, ଯେ ବସ୍‌ ମାଲିକ ସଂଘର ବିଭିନ୍ନ ଦାବି ପୂରଣ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଥିଲା । ଏହା ସହ ୧୬ରେ ରାଜ୍ୟବ୍ୟାପି ବସ୍‌ ଚଳାଚଳ ବନ୍ଦ କରିବାକୁ ସଂଘ ପକ୍ଷରୁ ନିଷ୍ପତି ନିଆଯାଇ ଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସମସ୍ତ ଦାବି ଅଗଷ୍ଟ ୩୦ ସୁଦ୍ଧା ସମାଧାନ କରାଯିବ ବୋଲି କୁହାଯାଇଛି। ତେଣୁ ବସ୍‌ ବନ୍ଦ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ୧୬ରେ ରାଜ୍ୟରେ ବସ୍‌ ଚଳାଚଳ ସ୍ବାଭାବିକ ରହିବ । ଆସନ୍ତା ସେପ୍ଟେମ୍ବର ୧ ରେ ସଂଘ ପକ୍ଷରୁ ପରବର୍ତ୍ତି ନିଷ୍ପତି ନିଆଯିବ ।

 

Related posts

ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କଲେ ରଞ୍ଜନ କୁମାର ଦାସ

mahabharatanews

ଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ ସଂଖ୍ୟା ପହଞ୍ଚିଲା ୧୪୩

mahabharatanews

ଖାଲି ପଡିଛି ମା’ହିଙ୍ଗୁଳାଙ୍କ ପୀଠ

mahabharatanews