ମନୋରଞ୍ଜନ

 ବିବାଦୀୟ ମନ୍ତବ୍ୟ ପରେ ସୋନମଙ୍କୁ କ୍ଷମା ମାଗିଲେ ରାଣା

(ମୁମ୍ବାଇ) : ବଲିଉଡ ଅଭିନେତ୍ରୀ ସୋନମ କପୁର ସୁଟିଂ ସେଟରେ ସମସ୍ତଙ୍କୁ ଅପେକ୍ଷା କରାଇ ସପିଂ କରନ୍ତି। ହାଇଦ୍ରାବାଦରେ ଅଭିନେତା ଦଲକିର୍ ସଲମାନଙ୍କ ଆଗାମୀ ଚଳଚ୍ଚିତ୍ର ‘କିଙ୍ଗ ଅଫ୍ କୋଠା’ର ପ୍ରି-ରିଲିଜ୍ ଇଭେଣ୍ଟରେ ଯୋଗ ଦେଇ ଅଭିନେତା ରାଣା ଦଗ୍ଗୁବତୀ ଏଭଳି ବିବାଦୀୟ କଥା କହି ଚର୍ଚାକୁ ଆସିଥିଲେ ।  ଏହି କଥାକୁ ନେଇ ସୋନମଙ୍କୁ ଲୋକେ ସମାଲୋଚନା କରିବାରୁ ରାଣା ଏବେ ଟ୍ବିଟ କରି କ୍ଷମା ପ୍ରାର୍ଥନା କରିଥିବା ଦେଖାଯାଇଛି।

ସୂଚନାନୁଯାୟୀ ,ରାଣା କହିଥିଲେ ଯେ, “ବଲିଉଡର ଜଣେ ବରିଷ୍ଠ ନାୟିକା ତାଙ୍କ ସ୍ୱାମୀଙ୍କ ସହ ଫୋନରେ କଥା ହେଉଥିଲେ। ସୁଟିଂ ଚାଲିଥିବା ମଧ୍ୟରେ ସେ ଏହା କରୁଥିଲେ। ଯଦି କିଛି ଜରୁରୀ କଥା ଥାନ୍ତା, ତେବେ ବୁଝାପଡ଼ିଥାନ୍ତା। କିନ୍ତୁ ଅଭିନେତ୍ରୀଜଣକ ଫୋନରେ ସପିଂ କରୁଥିଲେ। ଦଲକିର୍ ବହୁତ ଧୌର୍ଯ୍ୟବାନ ଥିଲେ। କାରଣ ଅଭିନେତ୍ରୀଜଣକ ଫୋନରେ କଥା ହେବା ପରେ ନିଜର ସଂଳାପ ଭୁଲିଯାଇଥିଲେ। ”

 

 

Related posts

କ୍ୟାଟ୍ରିନାଙ୍କ ‘Deefake Video’ ଭାଇରଲ  

mahabharatanews

ଓଟିଟି ପ୍ଲାଟ୍‌ଫର୍ମରେ ‘ଗଦର ୨’ 

mahabharatanews

ତ୍ରିଶାଙ୍କୁ ବାହାହେବେ ଥାଲାପତି!

mahabharatanews