ଓଡିଶା

ଓଡ଼ିଶାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 

(ଭୁବନେଶ୍ୱର) : ଗତକାଲି ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରହିବେ କେନ୍ଦ୍ର ଅର୍ଥମନ୍ତ୍ରୀ । ବିମାନବନ୍ଦରରେ ତାଙ୍କୁ ସ୍ୱାଗତ ସମ୍ବର୍ଧନା ଦିଆଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ଭୁବନେଶ୍ୱର ଓ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ।

ସୂଚନାନୁଯାୟୀ,  ଶ୍ରୀମତୀ ସୀତାରମଣ ଆଜି ସକାଳ ୭ଟାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି । ଉଭୟ କେନ୍ଦ୍ରମନ୍ତ୍ରୀ ପୁରୀରେ ୮ଟାରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପୁରୀ ବ୍ଲୁ-ଫ୍ଲାଗ ବେଳାଭୂମିଠାରେ ‘ମେରୀ ମାଟି ମେରା ଦେଶ’ ବିଷୟବସ୍ତୁ ଉପରେ ନିର୍ମିତ ବାଲୁକା କଳାକୃତି ପରିଦର୍ଶନ କରିବେ । ତେବେ ଆଜି ସଂଧ୍ୟାରେ ଭୁବନେଶ୍ୱରରେ ୨୦ତମ ନ୍ୟାସନାଲ୍ ଚାର୍ଟାଡ୍ ଆକାଉଣ୍ଟାଣ୍ଟ କନଫରେନସ୍‌ରେ ଯୋଗଦେଇ ବକ୍ତବ୍ୟ ରଖିବେ।

Related posts

୫୨ ପୁଲିସ ଯୋଦ୍ଧାଙ୍କ ପ୍ଲାଜମା ଦାନ

mahabharatanews

ଶିଳ୍ପାଞ୍ଚଳରୁ ହଟିଲା ଜବରଦଖଲ: 12 ରେ’ପରିବାର ଟ୍ରାଞ୍ଜିଟ ହାଉସକୁ ସ୍ଥାନାନ୍ତର

mahabharatanews

ଆସେ ବାହା ହେବା ! ତାପରେ ଦୁଷ୍କର୍ମ

mahabharatanews