ଓଡିଶା

ନକ୍ସଲଙ୍କ ଯୋଜନା ପଣ୍ଡ;  ଲ୍ୟାଣ୍ଡମାଇନ ଜବତ

(ଓଡିଶା) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମାଓ ହିଂସା  । ବିଶେଷକରି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଥମୁନି ନକ୍ସଲ ହିଂସା। ଗତକାଲି ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ଟୋପାଡିହିରେ ନକ୍ସଲଙ୍କ ବଡଧରଣ ହିଂସାକାଣ୍ଡ ଯୋଜନା ପଣ୍ଡ ହୋଇଛି । ଟୋପାଡିହି ରେଳଷ୍ଟେସନ ରେଳଧାରଣା ପାର୍ଶ୍ବରୁ  ୧୦ କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ ଜବତ କରିଛନ୍ତି ଡିଭିଏଫ୍‌ ଯବାନମାନେ।

ସୂଚନାନୁଯାୟୀ ,  ସ୍ଥାନୀୟ ପୁଲିସ ଓ ଡିଭିଏଫ୍‌ ଯବାନ ମିଳିତ ସର୍ଚ୍ଚ ଅପରେସନ୍‌ବେଳେ ଲ୍ୟାଣ୍ଡମାଇନ୍‌କୁ ଠାବ କରିଥିଲେ। ବୋମା ନିଷ୍କ୍ରିୟ ଟିମ୍‌ ନିକଟସ୍ଥ ଜଙ୍ଗଲରେ ଜବତ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିଦେଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରାଯାଇଛି। ଗୁଇନ୍ଦା ସୂଚନା ଆଧାରରେ ରେଳବାଇ ପକ୍ଷରୁ ଟୋପାଡିହି ଷ୍ଟେସନମାଷ୍ଟର ଓ ଅନ୍ୟ କର୍ମଚାରୀଙ୍କୁ ସତର୍କ କରି ଦିଆଯାଇଛି। ସିଆର୍‌ଏଫ୍‌ ଓ ଆର୍‌ପିଏଫ୍‌ ଯବାନଙ୍କୁ ଘଟଣାସ୍ଥଳରେ ମୁତୟନ କରାଯାଇଛି।

Related posts

ପଦ୍ମଶ୍ରୀ ଡି. ପ୍ରକାଶ ରାଓ ଅସୁସ୍ଥ, ଆଇସିୟୁରେ ଭର୍ତ୍ତି

mahabharatanews

ବଢୁଛି ତାତି; ତାଳଚେରରେ ସର୍ବାଧିକ ତାପମାତ୍ରା ରେକର୍ଡ 

mahabharatanews

ରଗବୀ ଆସୋସିଏସନର ଖେଳାଳୀଙ୍କୁ ଶୁଭେଚ୍ଛାର ସୁଅ ଛଟୁଛି

mahabharatanews