ଭାରତ

ମୁଖ୍ୟମନ୍ତ୍ରୀ‌ଙ୍କୁ ଇଡି ସମନ୍‌ ଜାରି

(ଝାଡ଼ଖଣ୍ଡ) : ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଇଡି ସମନ୍‌ ଜାରି । ଜମି ହଡ଼ପ ମାମଲାରେ ଅଗଷ୍ଟ ୨୪ ତାରିଖ ଦିନ ଅଦାଲତରେ ହାଜର ହେବା ପାଇଁ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ (ଇଡି) ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ସମନ୍‌ ଜାରି କରିଛି। ଏହା ପୂର୍ବରୁ ଏକ ବେଆଇନ ଖଣି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟର ରାଞ୍ଜି ଅଫିସ୍‌ ମୁଖ୍ୟମନ୍ତ୍ରୀ ସୋରେନ୍‌ ଓ ତାଙ୍କ ସ୍ତ୍ରୀଙ୍କୁ ପ୍ରାୟ ୧୦ ଘଣ୍ଟା ଜେରା କରିଥି‌ଲା।

ସୂଚନାନୁଯାୟୀ , ଜମି ହଡ଼ପ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଜଣେ ‘ଆଇଏଏସ୍‌’ ଅଧିକାରୀଙ୍କ ସମେତ ୧୩ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଜୁଲାଇ ୮ ତାରିଖ ଦିନ ସୋରେନ୍‌ଙ୍କ ବିଧାୟକ ପ୍ରତିନିଧି ପଙ୍କଜ ମିଶ୍ରାଙ୍କ ବାସଭବନରେ ଚଢ଼ଉ କରିଥିଲା। ସେଠାରୁ ପ୍ରବର୍ତ୍ତନ ନିର୍ଦେଶାଳୟ ମୁଖ୍ୟମନ୍ତ୍ରୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ସହିତ ‘ଲିଙ୍କ୍‌’ ଥିବା ଏକ ପାସବୁକ୍‌ ପାଇଥିଲା। ଫଳରେ ମୁଖ୍ୟମନ୍ତ୍ରୀ ସୋରେନ୍‌ଙ୍କ ନାଁ ଏହି ମାମଲାରେ ଅନ୍ତର୍ଭୁକ୍ତ ହୋଇଥିଲା।

Related posts

ଶକ୍ତିଶାଳୀ ଭୂକମ୍ପରେ ଥରିଲା ଦିଲ୍ଲୀ-ଏନସିଆର, ଉତ୍ତରପ୍ରଦେଶ ଏବଂ ବିହାର

mahabharatanews

ବ୍ରଶ କରିବା ପରେ ଚାଲିଗଲା ଜୀବନ

mahabharatanews

ଥରୁରଙ୍କ ବିରୋଧରେ କେନ୍ଦ୍ରମନ୍ତ୍ରୀଙ୍କ ମାନହାନି ମାମଲା 

mahabharatanews