ଓଡିଶା

୨୩ରୁ ବଢିବ ବର୍ଷାର ପରିମାଣ 

(ଭୁବନେଶ୍ୱର): ଆସନ୍ତା ୨୫ ତାରିଖ ବେଳକୁ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଆଉ ୨୩ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ସମ୍ଭାବନା ଅଛି।ସେହିପରି ସକ୍ରିୟ ଲଘୁଚାପ ପ୍ରଭାବରେ ବର୍ଷା ଲାଗିରହିଛି ।

 

ସୂଚନାନୁଯାୟୀ , ଅନ୍ୟପଟେ  ଉପର ମୁଣ୍ଡରେ ଲଗାଣ ବର୍ଷା ହେତୁ  ଫୁଲିବାରେ ଲାଗିଛି ବୈତରଣୀ ନଦୀ । ବିପଦ ସଙ୍କେତ ୁପରେ ପ୍ରବାହିତ ହେଉଛି ନଦୀ । ଭଦ୍ରକ ଜିଲ୍ଲା ଆଖୁଆପଡ଼ାରେ ବିପଦ ସଙ୍କେତ ଟପିଛି ବୈତରଣୀ । ଯାହାଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଅଧିକ ବର୍ଷା ହେଲେ ନଦୀବନ୍ଧର ବଳକା ଅଂଶ ଧସିଯାଇ ଜନବସତିକୁ ବନ୍ୟାପାଣି ମାଡ଼ିଯିବାର ଆଶଙ୍କା ରହିଛି । ଗତକାଲି ଦଶରଥପୁର ବ୍ଲକ୍ କମାରଢିହି ପଞ୍ଚାୟତ ଅନ୍ତର୍ଗତ ବଳରାମପୁର ନିକଟରେ ବୈତରଣୀ ନଦୀବନ୍ଧ ପ୍ରାୟ ୨୦୦ ଫୁଟ ଧସି ଯାଇଥିଲା । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।

Related posts

ଋଷିକୂଲ୍ୟା ନଦୀ ଗଣ୍ଡରେ ବୁଡି ମହିଳା ମୃତ୍ୟୁ

mahabharatanews

ବଣାଇର ପୂର୍ବତନ ବିଧାୟକ ହେମେନ୍ଦ୍ର ପ୍ରସାଦ ମହାପାତ୍ରଙ୍କର ବୁଧବାର ପରଲୋକ ଘଟିଛି

mahabharatanews

ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କଲେ ରଞ୍ଜନ କୁମାର ଦାସ

mahabharatanews