(କଣ୍ଟାବାଞ୍ଜି) : ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ । କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି ନେଇ ୧୨ ଘଣ୍ଟିଆ ବନ୍ଦ ପାଳନ ।କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ଏହି ଡାକରା ଦିଆଯାଇଛି। ଆଜି ସକାଳୁ ସକାଳୁ ଦୋକାନ ଗୁଡିକୁ ପିକେଟିଂ କରିଥିଲେ । ପୂର୍ବରୁ ମଧ୍ୟ ଜିଲ୍ଲା ଦାବି ପ୍ରସଙ୍ଗ କୁ ଜୋରଦାର ଆନ୍ଦୋଳନ କରାଯାଇଛି । ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚକା ଯାମ କରାଯାଇଛି ।
ସୂଚନାନୁଯାୟୀ , ଦୋକାନ ବଜାର, ବସ୍ ଚଳାଚଳ, ଶିକ୍ଷା ଅନୁଷ୍ଠାନ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ବିଭିନ୍ନ ପ୍ରତିଷ୍ଠାନ କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । କଣ୍ଟାବାଞ୍ଜି ସହରକୁ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ କରିବା ଫଳରେ ଶହ ଶହ ଗାଡି ଅଟକି ରହିଛି । ସକାଳୁ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର ,ସ୍କୁଲ, କଲେଜ ବନ୍ଦ ରହିଛି । ଗାଡି ମୋଟର ଚଳାଚଳ ମଧ୍ୟ ବନ୍ଦ ରହିଛି । ଗାଡି ଚଳାଚଳ ବନ୍ଦ ଯୋଗୁଁ ଲୋକେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ମୁତୟନ ହୋଇଛି । ଯେତେଦିନ ପର୍ଯ୍ୟନ୍ତ କଣ୍ଟାବାଞ୍ଜିକୁ ଜିଲ୍ଲା ଘୋଷଣା ନ କରିବେ ତେବେ ବିଭିନ୍ନ ସମୟ ରେ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।