ମନୋରଞ୍ଜନ

୧୦୦ କୋଟି ପାର କଲା  ଓଏମ୍‌ଜି-୨

(ମୁମ୍ବାଇ) :  ବକ୍ସ ଅଫିସ୍‌ରେ କମାଲ କରିଛି  ଅମିତ ରାୟଙ୍କ ନିର୍ଦ୍ଦେଶିତ ଓ ମାଇଁ ଗଡ୍ ୨ ଓଏମ୍‌ଜି-୨ ନିଜର ଦବଦବା ଜାରି ରଖିଛି। ରିଲିଜ ହେବାର ୯ ଦିନ ପରେ ଏହାର ବକ୍ସ ଅଫିସ୍ ଆୟ ୧୦୦ କୋଟି ସୀମା ଅତିକ୍ରମ କରିଛି। ଶନିବାର ୧୦.୫ କୋଟି ଟଙ୍କା ଆୟ ପରେ ଏହାର ମୋଟ ବକ୍ସ ଅଫିସ ସଂଗ୍ରହ ୧୦୧.୫୮ କୋଟିରେ ପହଞ୍ଚିଛି।

ସୂଚନାନୁଯାୟୀ ,  ଏହା ହେଉଛି ୨୦୧୨ର ଅକ୍ଷୟ କୁମାରଙ୍କ ଓଏମ୍‌ଜିର ଦ୍ବିତୀୟ ଭାଗ ଏଥିରେ ଅକ୍ଷୟ କୁମାର, ପଙ୍କଜ ତ୍ରିପାଠୀ ଓ ୟାମି ଗୌତମ ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି। ମୁକ୍ତିଲାଭ ଦିନ ୧୦.୨୬ କୋଟିରୁ ଶୁଭାରମ୍ଭ କରିଥିବା ଓଏମ୍‌ଜି-୨ ପ୍ରଥମ ସପ୍ତାହରେ ଥିଏଟରଗୁଡ଼ିକରୁ ୮୫.୦୫ କୋଟି ଟଙ୍କା ଆୟ କରିଥିଲା। ଓଏମ୍‌ଜି-୨ରେ ଅକ୍ଷୟ କୁମାର ଭଗବାନ ଶିବଙ୍କର ଜଣେ ବାର୍ତ୍ତାବହ ଭାବେ ଅଭିନୟ କରୁଛନ୍ତି। କାନ୍ତି ଶରଣ ମୁଦଗଲ ଜଣେ ଶିବଭକ୍ତ ଓ ୟାମି ଗୌତମ ଜଣେ ଓକିଲ ଭାବେ ଅଭିନୟ କରୁଛନ୍ତି।

Related posts

ଏହି କାରଣରୁ ବନ୍ଦ ହେଲା ‘ଦ କପିଲ ଶର୍ମା ସୋ’

mahabharatanews

ଗଣେଶଙ୍କ ମୂର୍ତ୍ତିକୁ ନେଇ ଟ୍ରୋଲ ହେଲେ ଶିବ ଠାକରେ 

mahabharatanews

“ଏଥିରୁ ନିବୃତ୍ତ ରୁହନ୍ତୁ”: ରଣବୀର ସିଂ  

mahabharatanews