ମନୋରଞ୍ଜନ

 ‘ଚନ୍ଦ୍ରଯାନ -୩’କୁ ପରିହାସ କରି ଚର୍ଚ୍ଚାରେ ପ୍ରକାଶ ରାଜ  

(ମୁମ୍ବାଇ) : ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବଲିଉଡ ପର୍ଯ୍ୟନ୍ତ ନିଜ ଅଭିନୟ ପାଇଁ ଚର୍ଚ୍ଚାରେ ରହୁଥିବା ଅଭିନେତା ପ୍ରକାଶ ରାଜ ବର୍ତ୍ତମାନ  ‘ଚନ୍ଦ୍ରଯାନ -3’କୁ ପରିହାସ କରି ଅଡୁଆ ସୂତାରେ ବାନ୍ଧି ହୋଇଛନ୍ତି । ଚଳିତ ମାସ ଅର୍ଥାତ୍ ଅଗଷ୍ଟ ୨୦  ତାରିଖ ରାତିରେ ପ୍ରକାଶ ରାଜଙ୍କର ଏକ ଟ୍ୱିଟ ଆଜି ଖୁବ ଭାଇରାଲ ହେବାରେ ଲାଗିଛି । ଏହି ପୋଷ୍ଟରେ ସେ ‘ଚନ୍ଦ୍ରଯାନ -3’ ଏବଂ ବିକ୍ରମ ଲାଣ୍ଡରଙ୍କ ବିଷୟରେ ଏକ କାର୍ଟୁନ୍ ସେୟାର କରିଛନ୍ତି। ସେ ଏହା ସହିତ କ୍ୟାପସନରେ ଲେଖିଛନ୍ତି – ବ୍ରେକିଙ୍ଗ୍ ନ୍ୟୁଜ୍! ବିକ୍ରମ ଲାଣ୍ଡରରୁ ଆସିଲା ଚନ୍ଦ୍ରର ପ୍ରଥମ ଫଟୋ । ପ୍ରକାଶ ରାଜ ତାଙ୍କ ଟ୍ୱିଟରେ କାହାର ନାମ ଲେଖି ନାହାଁନ୍ତି ସତ ହେଲେ ଲୋକେ ଏହାକୁ ପ୍ରଧାନମନ୍ତ୍ରୀଙ୍କ ସହ ଜଡିତ କରୁଛନ୍ତି ।  ଏହି ଟୁଇଟ୍ ପରେ ଲୋକମାନେ ପ୍ରକାଶ ରାଜଙ୍କୁ କଡ଼ା ସମାଲୋଚନା କରୁଛନ୍ତି।

ସୂଚନାନୁଯାୟୀ , ଅଭିନେତା ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଛନ୍ତି । ପ୍ରକାଶ ରାଜଙ୍କ ବିବାଦୀୟ ଟୁଇଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଫ୍ୟାନ୍ସ । ଲୋକେ ପ୍ରକାଶ ରାଜଙ୍କୁ ଟ୍ୱିଟ୍ କରି ସମାଲୋଚନା କରୁଛନ୍ତି । ଆଜି ତାଙ୍କ ଟ୍ୱିଟ୍ ଟ୍ରେଣ୍ତ କରିବା ସହ ତାଙ୍କୁ ଟ୍ରୋଲର ଶିକାର ହେବା ପାଇଁ ପଡିଛି ।

Related posts

ମୁଖ୍ୟ ଅଭିନେତା ପାଇଁ ୮୦୦ ଅଡିସନ୍ ନେଲେ ଆର୍ଯ୍ୟନ ଖାନ

mahabharatanews

୧୦୦ କୋଟି କ୍ଲବରେ ସାମିଲ ହେଲା  ଫିଲ୍ମ ଟାଇଗର-୩’

mahabharatanews

ରେକର୍ଡ କଲା ଫିଲ୍ମ ‘ପୁଷ୍ପା’; ୭ ମିଲିୟନ୍ ଲାଇକ୍ 

mahabharatanews