ଓଡିଶା

ବୃଦ୍ଧି ପାଉଛି ହାତୀ ଆକ୍ରମଣ; ଚାଲିଗଲା ୨ଜୀବନ 

(ଅନୁଗୁଳ) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରଵ  । ଏହି କ୍ରମରେ  ଅନୁଗୁଳ ବ୍ଲକ ପାତେଳି ଗ୍ରାମରେ ଆଜି ଏକ ଅଘଟଣ ଘଟିଛି। ଦନ୍ତାହାତୀ ଆକ୍ରମଣରେ ଆଜି ସକାଳୁ ଦୁଇ ଦୁଇଟି ଜୀବନ ଯାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ଆଜି ସକାଳୁ ବନ୍ତଳା ବନାଞ୍ଚଳ କୁମୁରିସିଂହା ପଞ୍ଚାୟତ ପାତେଳି ଗ୍ରାମର ଝିଲ୍ଲୀ ମାଝୀ ଘର ସମ୍ମୁଖ ଦାଣ୍ଡ ଝାଡୁ କରୁଥିବାବେଳେ ପ୍ରଥମେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀ ତାଙ୍କୁ ପାଦରେ ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଅନୁଗୁଳ ବନାଞ୍ଚଳର ଶଙ୍କର ବିଶ୍ୱାଳ ଟାକୁଆ ନାଳକୁ ଶୌଚ ହେବାକୁ ଯାଇଥିବାବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ସାହାରାଗୁଡା ଗ୍ରାମର ଅକ୍ଷୟ ନାଏକ ମଧ୍ୟ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଏନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

Related posts

ବିଦ୍ୟୁତ ତାର ଛିଣ୍ଡି ଜଳିଗଲା ବାଇକ, ବର୍ତ୍ତିଲେ ଦାଦା-ପୁତୁରା

mahabharatanews

 ଖସୁଛି ପାରଦ,ବଢ଼ୁଛି ଶୀତ

mahabharatanews

ଏନଟିପିସି ଟାଉନ ପୁଲିସ୍ ପକ୍ଷରୁ ୧୩ହଜାର ଜୋରିମନା ଆଦାୟ

mahabharatanews