ଭାରତ

ଜି-୨୦ ସମ୍ମିଳନୀ; ବୋହୁ ପରି ସଜେଇ ହୋଇଛି ରାଜଧାନୀ  

(ଦିଲ୍ଲୀ) : ଜି-୨୦ ସମ୍ମିଳନୀ ପାଇଁ ସଜେଇ ହେଉଛି ରାଜଧନୀ।  ଦିଲ୍ଲୀ ସହରକୁ ପାଖାପାଖି ୭ ଲକ୍ଷ ଆଳଙ୍କାରିକ ଗଛରେ ସଜାଯାଇଛି । ଚାନ୍ଦିନୀ ଚୌକ ଅଞ୍ଚଳରେ ସମସ୍ତ ଦୋକାନବଜାର ଏବଂ ଫୁଡ୍‌ ଷ୍ଟଲ୍‌ ମାଲିକମାନେ ଟ୍ରାନ୍ସଲେଟର ନିଯୁକ୍ତ କରିଛନ୍ତି। ସେପ୍ଟେମ୍ବର ୮ରୁ ଦୋକାନ‌ରେ କିଛିଦିନ ପାଇଁ ଇଂରାଜୀ ଜାଣିଥିବା ପିଲା ବସିବେ। ଫଳରେ ବ୍ୟବସାୟରେ ଭାଷା ବାଧକ ସାଜିବନି କି ବିଦେଶ ପ୍ରତିନିଧି ମଧ୍ୟ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବେନାହିଁ।

ସୂଚନାନୁଯାୟୀ ,   ରାଜଘାଟରେ ୧୧୫ ଫୁଟ୍‌ର ଏକ ତ୍ରିରଙ୍ଗା ଲାଗିଛି। ତେବେ ଜି-୨୦ ସମ୍ମିଳନୀ ସମୟରେ ଅତିଥିମାନଙ୍କ ପାଇଁ କୌଣସି ଅସୁବିଧା ନଉପୁଜିବା ପାଇଁ ମାଙ୍କଡ଼ଙ୍କୁ ଘଉଡ଼ାଇବା ଲାଗି ସ୍ବତନ୍ତ୍ର ଭାବେ ଲୋକଙ୍କୁ ନିଯୁକ୍ତ କରାଯାଇଛି।

Related posts

୧୨ରେ ଖୋଲିବ ବଦ୍ରିନାଥ ଧାମ ଦ୍ୱାର

mahabharatanews

ୟୁପିଆଇକୁ ନିର୍ବାଚିତ ହେଲେ ସାଂସଦ ଅପରାଜିତା ଷଡଙ୍ଗୀ

mahabharatanews

ବାରୁଦ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ,୧୦ମୃତ

mahabharatanews