ଭାରତ

୧୨ରେ ଖୋଲିବ ବଦ୍ରିନାଥ ଧାମ ଦ୍ୱାର

(ଉତ୍ତରାଖଣ୍ଡ) :  ବଦ୍ରିନାଥ ଧାମର ଦ୍ୱାର ଖୋଲିବାର ତାରିଖ ହେଲା ଘୋଷଣା । ଏଥର ବଦ୍ରିନାଥ ଧାମର ଦ୍ୱାର ଆସନ୍ତା ୧୨ ତାରିଖ ଦିନ ସକାଳ ୬ଟାରେ ଖୋଲିବା ନେଇ ସୂଚନା ଜାରି କରାଯାଇଛି । ବଦ୍ରିନାଥ ଧାମ ଦ୍ୱାର ଘୋଲିବାର ତାରିଖ ଘୋଷଣା କରାଯାଇଛି। ହେଲେ ଅନ୍ୟ ୩ ଧାମ ଦ୍ୱାର କେବେ ଖୋଲିବା ତାହା ନେଇ କୌଣସି ସୂଚନା ଜାରି କରାଯାଇ ନାହିଁ । ଉତ୍ତରାଖଣ୍ଡରେ ଅବସ୍ଥିତ ଶ୍ରୀ ବଦ୍ରିନାଥ ଧାମର ଦ୍ୱାର ୧୨ ମଇରୁ ଖୋଲାଯିବ ।

ସୂଚନାନୁଯାୟୀ , ମଇ ମାସ ୧୨ତାରିଖ ବ୍ରାହ୍ମ ମୁହୂର୍ତ୍ତର ସକାଳ ୬ଟାରେ ଖୋଲାଯିବ ଶ୍ରୀ ବଦ୍ରିନାଥ ଧାମର କବାଟ । ବଦ୍ରିନାଥ ଧାମ ଦ୍ୱାରା ଖୋଲିବାର ପ୍ରକ୍ରିୟ ଗାଡୁଘଡା, ତେଲ କଲଶ ଶ୍ରୀ ଲକ୍ଷ୍ମୀନାରାୟଣ ମନ୍ଦିରର ଦ୍ୱାର ଖୋଲିବାର ତାରିଖ ସ୍ଥିର କରିବା ପାଇଁ; ମଙ୍ଗଳବାର ସନ୍ଧ୍ୟାରେ ଡିମର୍ ଠାରୁ ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର ଚନ୍ଦ୍ରଭଗା ଠାରେ କମିଟିର ବିଶ୍ରାମ ଗୃହରେ ପହଞ୍ଚିଥିଲେ । ଯେଉଁଠାରେ ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର ସମିତି ସମେତ ଭକ୍ତମାନେ ଦ୍ୱାର ଖୋଲିବାର ତାରିଖ ନିଶ୍ଚିତ କରିଥିଲେ । ।

Related posts

ପରଲୋକରେ ସ୍ୱାମୀ ସ୍ମରଣାନନ୍ଦ

mahabharatanews

ଓଡିଶାରେ ରାହୁଲଙ୍କ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ 

mahabharatanews

କୋହଲି ଏବଂ ଶୁଭମନ ଗିଲଙ୍କଦମଦାର ଶତକ

mahabharatanews