ବିଶ୍ୱ

ଠାବ ହେଲା ମହାକାଶଯାନ ଲୁନା-୨୫ର ଭଗ୍ନାବଶେଷ

(ଦିଲ୍ଲୀ) :  ବିଫଳ ହୋଇ ଖସିପଡ଼ିଥିବା ରୁଷର ମହାକାଶଯାନ ଲୁନା-୨୫ର ଭଗ୍ନାବଶେଷ ଠାବ କରିଛି ଆମେରିକୀୟ ମହାକାଶ ଏଜେନ୍ସି ନାସା । ନାସା ପକ୍ଷରୁ ଚନ୍ଦ୍ରପୃଷ୍ଠରେ ଲୁନା-୨୫ ପଡ଼ିଥିବା ସ୍ଥାନ ଦର୍ଶାଉଥିବା ଏକ ଫଟୋ ଜାରି କରାଯାଇଛି ।

ସୂଚନାନୁଯାୟୀ , ଚନ୍ଦ୍ର ଚାରିପଟେ ବୁଲୁଥିବା ନାସାର ଲୁନାର ରେକନିସେନ୍ସ ଅର୍ବିଟର୍ ପକ୍ଷରୁ ଏହି ଫଟୋ ଉଠାଯାଇଛି । ଲୁନା-୨୫ ଚନ୍ଦ୍ରପୃଷ୍ଠରେ ଏକ ବଡ଼ ଗାଡ଼ ସୃଷ୍ଟି କରିଛି । ଏହି ଗାଡ଼ର ଚଉଡ଼ା ପ୍ରାୟ ୧୦ ମିଟର ହେବ । ଲୁନା-୨୫ ଓହ୍ଲାଇବାକୁ ଥିବା ସ୍ଥାନ ନିକଟରେ ଏହି ନୂଆ ଗାଡ଼ଟି ସୃଷ୍ଟି ହୋଇଥିବାରୁ ଏହା ହିଁ ଲୁନାର ଦୁର୍ଘଟଣାସ୍ଥାନ ବୋଲି ନାସା ସିଦ୍ଧାନ୍ତରେ ପହଞ୍ଚିଛି । ଲୁନା ୨୫କୁ ୨୦୨୩ ଅଗଷ୍ଟ ୧୦ତାରିଖରେ ରୁଷ ଲଞ୍ଚ କରିଥିଲା। ଏହି ମିସନ ବିଫଳ ହେବାର କାରଣ ଜାଣିବାକୁ ରୁଷ ପକ୍ଷରୁ ଏକ ତଦନ୍ତ କମିସନ ଗଠନ କରାଯାଇଛି ।

Related posts

ଗୋଆରେ ଚାଲିଥିବା FIDE ଚେସ୍ ବିଶ୍ୱକପ୍ ରୁ ବାଦ ପଡ଼ିଲେ ବିଶ୍ୱ ଚାମ୍ପିଅନ ଡି ଗୁକେଶ

mahabharatanews

 ଯୁଦ୍ଧକୁ ନେଇ ଭାବବିହ୍ୱଳ ହୋଇଗଲେ WHO ମୁଖ୍ୟ

mahabharatanews

ପୋଲାଣ୍ଡରେ କ୍ଷେପଣାସ୍ତ୍ର ପଡ଼ିବା ପରେ ତାହା ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି

mahabharatanews