ଭାରତ

ଅବଧି ପୂର୍ବରୁ ହୋଇପାରେ ୨୦୨୪ ଇଲେକ୍ସନ ! 

(ଦିଲ୍ଲୀ) :  ୧୮ ତାରିଖରୁ ବସିବ ସଂସଦର ସ୍ୱତନ୍ତ୍ର ଅଧିବେଶନ । ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ । ତେବେ ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସଭା ଏବଂ ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବା ନେଇ ସୂଚନା ରହିଛି । ବିଶେଷକରି ଇଲେକ୍ସନ ୨୦୨୪ ଜଲଦି କରିବା ଉପରେ ହୋଇପାରେ ଆଲୋଚନା  ।

ସୂଚନାନୁଯାୟୀ , ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇ ପୋଷ୍ଟ କରିଥିବା ଫଟୋରେ ସଂସଦର ଉଭୟ ନୂତନ ଏବଂ ପୁରୁଣା ଅଟ୍ଟାଳିକା ଦୃଶ୍ୟମାନ ହେଉଛି । ଏପରିକି ମୌସୁମୀ ଅଧିବେଶନର ବହୁ ଆଗରୁ ଉଦଘାଟନ ହୋଇଥିଲା । କିନ୍ତୁ ମୌସୁମୀ ଅଧିବେଶନ ନୂଆ ସଂସଦରେ ହୋଇପାରିନଥିଲା । ପ୍ରଥମ ଅଧିବେଶନ ପାଇଁ ଶୁଭ ସମୟ ନଥିଲା ବୋଲି ଆଲୋଚନା ହେଉଛି । ତେଣୁ ବର୍ତ୍ତମାନ ଶୁଭ ସମୟରେ ନୂତନ ସଂସଦ ଗୃହରେ ଏକ ସ୍ୱତନ୍ତ୍ର ଅଧିବେଶନ ଆୟୋଜିତ ହେବ ।

Related posts

ମଦ୍ରାସାରେ ଜାରି ରହିବ ପାଠପଢା

mahabharatanews

ଦିଗପହଣ୍ଡି ଦୁର୍ଘଟଣା: ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

ଭିସା ଅବଧି ସରି ଅଧିକ ଦିନ ରହିଥିବାରୁ ରୁଷ ଦମ୍ପତିଙ୍କୁ ଗିରଫ କଲା ୟୁପି ପୁଲିସ

mahabharatanews