ଓଡିଶା

ବେହାଲ ରାଜଧାନୀ; ୧ଘଣ୍ଚାରେ ୪୨ ହଜାର ଥର ଘଡ଼ଘଡ଼ି 

(ଭୁବନେଶ୍ୱର) : କିଛି ଦିନର ବ୍ୟବଧାନ ପରେ ପୁଣି ପ୍ରବଳ ବର୍ଷାରେ ବେହାଲ ରାଜଧାନୀ । ଇସ୍କନ ସାମ୍ନାରେ ଫସିଲା କାର୍ । ସେପଟେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ନେଇ ଟୁଇନ୍ ସିଟିକୁ ସତର୍କ କଲା ପାଣିପାଗ ବିଭାଗ । କଟକ ଏବଂ ଭୁବନେଶ୍ୱରରେ ଅତିପ୍ରବଳ ବର୍ଷା । ପ୍ରାୟ ୨ ଘଣ୍ଟା କାଳ ବର୍ଷା ଛେଚିବା ପରେ ବିଭିନ୍ନ ସ୍ଥାନରେ ପାଣି ଘେରି ହୋଇ ରହିଛି ।

ସୂଚନାନୁଯାୟୀ, ପାଣି ଜମି ରହିବା ଯୋଗୁଁ ଟୁଇନ୍‌ ସିଟିରେ ଟ୍ରାଫିକ୍‌ ଜାମ୍‌ ରହିଛି । ରାଜଧାନୀ ଭୁବନେଶ୍ୱରରେ ଅତି ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ମାତ୍ର ଦେଢ଼ ଘଣ୍ଟାରେ ଭୁବନେଶ୍ୱରରେ ୭୧ ମିମି ବର୍ଷା ହୋଇଛି । ଘଡ଼ଘଡ଼ି ବିଜୁଳିରେ ଥରିଲା ଟ୍ୱିନ୍ ସିଟ୍, ୧ଘଣ୍ଚାରେ ୪୨  ହଜାର ଥର ଘଡ଼ଘଡ଼ି ।  ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି । ସବୁଆଡେ ଖାଲି ପାଣି । ତାହା ସହ ବଜ୍ରପାତ ଦେଖିବାକୁ ମିଳିଛି । ବର୍ଷା ସାଙ୍ଗକୁ ବିଜୁଳି ଓ ଘଡ଼ଘଡ଼ି ହେତୁ ଜନଜୀବନ ବାଧାପ୍ରାପ୍ତ ହୋଇଛି ।

Related posts

ଟ୍ରକରେ ଇଟା ବୋଝେଇ କରୁଥିବା ବେଳେ ୨ ଓଡିଆ ଦାଦନ ଯୁବତୀଙ୍କ ମୃତ୍ୟୁ

mahabharatanews

ବିଜେପିରେ ମିଶିଲେ ଅରିନ୍ଦମ

mahabharatanews

“ସାଇବର-କଭଚ”ର ସ୍ୱତନ୍ତ୍ର ଅଭିଯାନ

mahabharatanews