ମନୋରଞ୍ଜନ

ଚଳିତ ମାସ ହାତକୁ ଦି ହାତ ହେବେ ପରିଣୀତି ଓ ରାଘବ

(ମୁମ୍ବାଇ) :ହାତକୁ ଦି ହାତ ହେବେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢ଼ା । ଚଳିତ ବର୍ଷ ମେ’ ମାସରେ ନିର୍ବନ୍ଧ କରିଥିଲେ। ନିର୍ବନ୍ଧ ପରଠାରୁ ଦୁହିଁଙ୍କ ବିବାହ କେବେ ହେବ ସେନେଇ ଚର୍ଚ୍ଚା ଚାଲିଥିଲା। ଚଳିତ ବର୍ଷ ସେପ୍ଟେମ୍ବରରେ ବିବାହ କରିବେ ବୋଲି ନିଷ୍ପତି ହୋଇଛି । ସେପ୍ଟେମ୍ବରରେ ୨୩ରେ ମଙ୍ଗନ ଓ ୨୪ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଧାର୍ଯ୍ୟ କରିଥିବା ଜଣାପଡ଼ିଛି।

ସୂଚନାନୁଯାୟୀ,  ଉଭୟ ରାଜସ୍ଥାନ ଉଦୟପୁରରେ ବିବାହ କରିବେ। ପରିଣୀତି ଚୋପ୍ରା କିଛି ସପ୍ତାହ ପୂର୍ବରୁ ଉଦୟପୁର ଯାଇଥିଲେ ଏବଂ ସେଠାରେ ପ୍ରଶାସନିକ ଅଧିକାରୀଙ୍କ ସହ ଅନେକ ସମୟ ଆଲୋଚନା କରିଥିଲେ। ଏହି ଖବର ଭାଇରାଲ ହେବାରୁ ପରିଣୀତି ଉଦୟପୁରରେ ହିଁ ବିବାହ କରିବାକୁ ସ୍ଥିର କରିଥିବା କୁହାଯାଇଥିଲା।

Related posts

ବଲିଉଡର ଏହି ୬ ଯୋଡିଙ୍କ ଛାଡପତ୍ର ଖବର ଫ୍ୟାନ୍ସଙ୍କୁ କରିଥିଲା ଆଶ୍ଚର୍ଯ୍ୟ…

mahabharatanews

ବ୍ରାଇଡାଲ ଲୁକରେ ଅଦିତି ରାଓ

mahabharatanews

୨୦ରୁ ଓଟିଟିରେ ଫିଲ୍ମ ‘ସାଲାର’

mahabharatanews