ମନୋରଞ୍ଜନ

‘ଭାରତ ମାତା କି ଜୟ’ଲେଖି ଚର୍ଚାରେ ବିଗ୍ ବି

(ମୁମ୍ବାଇ) : ଗତ କିଛି ଦିନ ହେଲାଣି ଭାରତ ଜି-୨୦ ସମ୍ମିଳନୀ ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛି। ଏହି ସମୟରେ ବିରୋଧୀ ଦଳ ଏକ ନୂଆ ବିତର୍କ ଆରମ୍ଭ କରିଛନ୍ତି।  ଜି -୨୦ ପାଇଁ ପଠାଯାଇଥିବା ରାତ୍ରୀ ଭୋଜନର ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ଲେଖାଯାଇଛି। ଏହି ନିମନ୍ତ୍ରଣ ପତ୍ର ଭାଇରାଲ ହେବା ପରେ ଏବେ ବିରୋଧୀ ଦଳ ଏହାକୁ ବିରୋଧ କରିଛନ୍ତି। ଏହି ବିବାଦ ମଧ୍ୟରେ ବର୍ତ୍ତମାନ ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏକ ଟୁଇଟ୍ ସାମ୍ନାକୁ ଆଇସସହି ଯାହା ଫ୍ୟାନଙ୍କୁ ଆଗ୍ରହ ହୋଇଛନ୍ତି ।

ସୂଚନାନୁଯାୟୀ ,  ବିଗ୍ ବି ମଙ୍ଗଳବାର ଦିନ ଏଭଳି ଏକ ପୋଷ୍ଟ କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କୌଣସି ଫଟୋ ବା ଲମ୍ବା ଲେଖା ଲେଖିବା ପରିବର୍ତ୍ତେ ବିଗ୍ ବି କେବଳ ‘ଭାରତ ମାତା କି ଜୟ’ ଲେଖି ଏକ୍ସ(ଟ୍ବିଟର)ରେ ପୋଷ୍ଟ କରିଛନ୍ତି। ତାଙ୍କର ଏଭଳି ପୋଷ୍ଟ ପରେ ସେ ଦେଶର ନାମ ଭାରତ ରହୁ ବୋଲି ସମର୍ଥନ କରୁଥିବା ଚର୍ଚ୍ଚା ହେଉଛି।

Related posts

ପୁଣି ପରଦାକୁ ଫେରୁଛି  ‘ରାମାୟଣ’

mahabharatanews

‘ମୁଁ ସୁରକ୍ଷିତ ଏବଂ ଜୀବିତ ଅଛି ‘: ଆଞ୍ଚଲ ତିୱାରୀ

mahabharatanews

ରକ୍ତାକ୍ତ ଅବସ୍ଥାରେ ରଣବୀର

mahabharatanews