ଓଡିଶା

 ବିଳମ୍ବିତ ରାତିରେ ଜନ୍ମ ନେଲେ ପ୍ରଭୁ,  ଶ୍ରୀମନ୍ଦିରରରେ ଆଜି ନନ୍ଦୋତ୍ସବ

(ପୁରୀ) : ଗତକାଲି ବିଳମ୍ବିତ  ପ୍ରଭୁ ଶ୍ରୀକୃଷ୍ଣ ଧରାବତରଣ କରିଛନ୍ତି ।  ଚାରିଆଡେ ଉତ୍ସାହର ମାହୋଲ । ଶ୍ରୀମନ୍ଦିରରେ ଆଜି ନନ୍ଦୋତ୍ସବ ନୀତି ପାଳିତ ହେବ । ସନ୍ଧ୍ୟା ଆଳତୀ ସରିବା ପରେ ମହାଜନ ସେବାୟତମାନେ ରାମକୃଷ୍ଣ ଓ ଦକ୍ଷିଣଘରୁ ମଦନମୋହନଙ୍କୁ ଜଗମୋହନ ଦୋଳିରେ ବିଜେ କରାଇବେ । ପରେ ମଇଲମ ଓ ଅନ୍ୟାନ୍ୟ ନୀତି ହେବ । ଏହି ନୀତି ସରିବା ପରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଷଠି ଓ ମାର୍କଣ୍ଡି ପୂଜା ହେବ । ପରେ

ସୂଚନାନୁଯାୟୀ ,  ମଙ୍ଗଳାର୍ପଣ ଓ ବନ୍ଦାପନା ନୀତି ପରେ ଭଣ୍ଡାର ଘରୁ ଦେବୀ ଦୁର୍ଗାଙ୍କୁ ପତିମହାପାତ୍ର ବିଜେ କରାଇ ଆଣି ଦୋଳିରେ ବସିଥିବା ରାମକୃଷ୍ଣ ଏବଂ ମଦନମୋହନଙ୍କୁ ଓହ୍ଲାଇ ଆଣି ଖଟ ଉପରେ ବିଜେ କରାଇବେ । ନନ୍ଦରାଜା ରୂପରେ ଶ୍ରୀନହରକୁ ଯାଇ ଫେରିବା ପରେ ସ୍ନାନମଣ୍ଡପ ଉପରେ ବସିବେ । ଭରତିଆ ଗୌଡ଼, ପୁତ୍ର ଜନ୍ମ ହେବା ଖବର ନନ୍ଦରାଜାଙ୍କୁ ଦେବାର ପରମ୍ପରା ରହିଛି ।

Related posts

୨୬ OAS ଅଫିସରଙ୍କୁ ନୂଆ ଦାୟିତ୍ୱ ଦେଲେ ମୋହନ ସରକାର

mahabharatanews

ସୀମାନ୍ତରୁ ପୁଣି ଲ୍ୟାଣ୍ଡମାଇନ୍‌ ଜବତ

mahabharatanews

ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ପରୀକ୍ଷା ଦର୍ପଣ ପୁସ୍ତିକା ଉନ୍ମୋଚିତ

mahabharatanews