ମନୋରଞ୍ଜନ

‘ମୋ ଜୀବନ ବିପଦରେ ଅଛି’: ଆଦିଲ ଖାନ 

(ମୁମ୍ବାଇ) : ଦିନକୁ ଦିନ ଦାଣ୍ଡରେ ପଡି ହାତରେ ଗଡ଼ିଲାଣି  ଅଭିନେତ୍ରୀ ତଥା ‘ବିଗ୍ ବସ୍’  ଫେମ୍‌ ରାଖି ସାୱନ୍ତ ଏବଂ ତାଙ୍କ ସ୍ୱାମୀ ଆଦିଲ ଖାନ୍ ଦୁରାନୀଙ୍କ କଳି ।  ଦୁହେଁ ପରସ୍ପରଙ୍କ ବିରୋଧରେ ଗଣମାଧ୍ୟମରେ ବିଭିନ୍ନ ପ୍ରକାରର ବୟାନ ଦେଉଛନ୍ତି।

ସୂଚାନନାନୁଯାୟୀ , ବର୍ତ୍ତମାନ ଆଦିଲ ଖାନ ଦୁରାନୀ ରାଖି ସାୱନ୍ତଙ୍କ ଉପରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ଦାବି କରିଛନ୍ତି ଯେ ରାଖି ସାୱନ୍ତ ତାଙ୍କୁ ହତ୍ୟା କରିବାକୁ ଯୋଜନା କରୁଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଆଦିଲ ଖାନ ଦୁରାନୀ କହିଛନ୍ତି, ‘‘ଯାହା ବି କିଛି ପ୍ରମାଣ ଅଛି, ତାହାକୁ କୋର୍ଟରେ ଉପସ୍ଥାପନ କର। ଅବାନ୍ତର କଥା ସବୁ କହି ମୋ ଉପରେ ଅଭିଯୋଗ ଆଣନାହିଁ। ମୁଁ ମୌସୁରରେ ଜଣେ ସୁପାରି କିଲର୍‌ ନାମରେ ଅଭିଯୋଗ ଆଣିଛି। ମୋ ଜୀବନ ବିପଦରେ ଅଛି। ମୋ ଜୀବନ ବିପଦରେ ଅଛି ବୋଲି ମୁଁ ଓସିୱାରା ପୁଲିସ ଷ୍ଟେସନରେ ମଧ୍ୟ ଅଭିଯୋଗ କରିଛି।

Related posts

ଧମାଲ ମଚାଉଛି  ଫିଲ୍ମ ‘Yodha’

mahabharatanews

ଅଭିନେତା ମନସୁର ଅଲି ଖାନ୍ ଫେରାର 

mahabharatanews

୧୬କେଜି ଓଜନ କମାଇଲେ ଏହି ଦିଲୀପ ଜୋସି

mahabharatanews