ଭାରତ

ସନ୍ଧ୍ୟା ୭ଟାରେ ପହଞ୍ଚିବେ ବାଇଡେନ, ହୋଇଛି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

(ଆମେରିକା) :  ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜି୨୦ ସମ୍ମିଳନୀରେ ଯୋଗ ଦେବା ପାଇଁ ଆସି ଦିଲ୍ଲୀରେ ପହଞ୍ଚିବେ। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ ନୂଆଦିଲ୍ଲୀରେ ପହଞ୍ଚିବା ପରେ ରାଷ୍ଟ୍ରପତି ବାଇଡେନ  ଯିବେ । ନୂଆଦିଲ୍ଲୀରେ ରାଷ୍ଟ୍ରପତି ବାଇଡେନଙ୍କ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରଥମ ବାହ୍ୟ ସ୍ତରରେ ଅର୍ଦ୍ଧସାମରିକ ବାହିନୀ ନିୟୋଜିତ ରହିବେ। ଦ୍ବିତୀୟ ସ୍ତରରେ ଭାରତର ସ୍ବତନ୍ତ୍ର ପ୍ରୋଟେକ୍ସନ ଗ୍ରୁପ୍‌ର କମାଣ୍ଡୋମାନେ ରହିବେ। ଏବଂ ସବା ଶେଷ ଅଭ୍ୟନ୍ତର ସର୍କଲରେ ରହିବେ ସିକ୍ରେଟ୍ ସର୍ଭିସ ଏଜେଣ୍ଟମାନେ।

ସୂଚନାନୁଯାୟୀ ,ଭାରତରେ ପହଞ୍ଚିଲା ପରେ ସେ ଯେଉଁ କାର୍‌ରେ ଯାତାୟାତ କରିବେ ତାହା ହେଉଛି ଆମେରିକା ରାଷ୍ଟ୍ରପତିଙ୍କ କାଡିଲାକ (ବିଳାସପୂର୍ଣ୍ଣ କାର୍) ‘ଦି ବିଷ୍ଟ’, ଯାହା ବୋଇଂ ସି-୧୭ ଗ୍ଲୋବ୍‌ମାଷ୍ଟର-୩ ବିମାନ ଯୋଗେ ଆମେରିକାରୁ ଆସିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନାରେ ଭାଗ ନେବା ପାଇଁ।

Related posts

ରାମେଶ୍ୱରାମ କାଫେ ବୋମା ବିସ୍ଫୋରଣ; ୪ ଗିରଫ

mahabharatanews

 ୬ଟି ସ୍କୁଲକୁ ବମରେ ଉଡାଇବାକୁ ଧମକ

mahabharatanews

୨୨ ଜାନୁଆରିରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ 

mahabharatanews