ବିଶ୍ୱ

ମୋ‌ରୋକୋରେ ଭୂମିକମ୍ପ, ମୃତ୍ୟୁ ସଂଖ୍ୟା ୮୨୦ ପାର

(ମୋରୋକା) : ମୋ‌ରୋକୋରେ ଭୂମିକମ୍ପ। ଶୁକ୍ରବାର ରାତି ୧୧.୧୧ରେ ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ମୋ‌ରୋକୋରେ ହୋଇଥିବା ୬.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପଜନିତ ମୃତ୍ୟୁସଂଖ୍ୟା ୮୨୦କୁ ବୃଦ୍ଧି ପାଇଛି। ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି। y

ସୂଚନାନୁଯାୟୀ , ସେପଟେ ୩୦୦ଆହତ ଲୋକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂକମ୍ପ ଯୋଗୁଁ ହୋଇଥିବା ମୃତ୍ୟୁକୁ ନେଇ ସମବେଦନା ଜଣାଇବା ସହ ଦୁଃଖ ପ୍ରକାଶ କରିଛନ୍ତି ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସ (ପୂର୍ବରୁ ଟ୍ୱିଟର) ରେ ପୋଷ୍ଟ କରି ସେ ଲେଖିଛନ୍ତି, “ମୋରୋକୋରେ ହୋଇଥିବା ଭୂକମ୍ପ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ମୁଁ ଦୁଃଖିତ। ଏହି ଦୁଃଖଦ ସମୟରେ ମୋର ସମବେଦନା ମୋରୋକୋରବାସୀଙ୍କ ସହ ଅଛି। ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା। ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ। ଭାରତ ଏହି କଷ୍ଟ ସମୟରେ ମୋରୋକୋକୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ଅଛି। “

Related posts

ଶେଷରେ ହାର ମାନିଲା ୟୁକ୍ରେନ

mahabharatanews

ରୁଷ୍‌ର ମିସାଇଲ୍‌: ୩୦ ଆହତ

mahabharatanews

ଗୁଜରାଟର ୭ ଜିଲ୍ଲାରେ ବନ୍ୟା ପରିସ୍ଥିତି

mahabharatanews