ଭାରତ

ଆଉ ୫ଦିନ ଖୋଲିବ ଅମୃତ ଉଦ୍ୟାନ

(ଦିଲ୍ଲୀ) :  ଅଗଷ୍ଟ ୧୬ ତାରିଖରୁ ସେପ୍ଟେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ଏକ ମାସ ଧରି ରାଷ୍ଟ୍ରିପତି ଭବନର ଅମୃତ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି  । ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅମୃତ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲାରହିବ । ଅଗଷ୍ଟ୧୫ରେ ଉଦ୍ୟାନ ଉତ୍ସବ-୨ କୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ବିଧିବଦ୍ଧ ଭାବେ ଉଦଘାଟନ କରିଛନ୍ତି ।

ସୂଚନାନୁଯାୟୀ ,  ଅଗଷ୍ଟ ୭ ତାରିଖରୁ ଅନଲାଇନ ବୁକିଂ ଆରମ୍ଭ ହୋଇଯାଇଛି । ସେହିପରି ସେପ୍ଚେମ୍ବର ୫ ତାରିଖ ଶିକ୍ଷକ ଦିବସ ଅବସରରେ କେବଳ ଶିକ୍ଷକମାନଙ୍କ ପାଇଁ ରାଷ୍ଟ୍ରିପତି ଭବନର ଅମୃତ ଉଦ୍ୟାନ ଖୋଲିଥିଲା । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନ ସର୍ବସାଧାରଣଙ୍କ ପାଇଁ ବର୍ଷକୁ ଦୁଇ ଥର ଖୋଲାଯିବ ।

Related posts

କଂଗ୍ରେସ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ 

mahabharatanews

କେରଳରେ ୨୬୫ ନୂଆ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ଲୋକପ୍ରିୟ ୟୁଟ୍ୟୁବର୍‌ଙ୍କୁ

mahabharatanews