ଓଡିଶା

ବନ୍ୟା ସ୍ଥିତି; ବୁଡିଗଲା ଏମ୍‌ଭି-୯୬ ପୋଲ

(ମାଲକାନଗିରି) : ଗତକାଲି ଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପୁଣି ବେହାଲ ହୋଇଛି ମାଲକାନଗିରି ଜିଲ୍ଲା। ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଅନେକ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କାଲିମେଳା ବ୍ଲକ ଏମ୍‌ଭି-୯୬ ପୋଲ ବନ୍ୟାଜଳରେ ସଂପୂର୍ଣ୍ଣ ବୁଡ଼ିଯାଇଛି। ସେହିପରି ଏମ୍‌ଭି-୯୦ ପୋଲରେ ଦୁଇ ଫୁଟ୍‌ ଉଚ୍ଚରେ ବନ୍ୟାଜଳ ଚାଲିଛି। ତେଣୁ ଓଡ଼ିଶାରୁ ତେଲେଙ୍ଗାନା ଏବଂ ଆନ୍ଧ୍ରକୁ ଯୋଗାଯୋଗ ଠପ୍‌ ହୋଇଯାଇଛି।

ସୂଚନାନୁଯାୟୀ , ଗତକାଲି ଠାରୁ କାଲିମେଳା ଏବଂ ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ଜଳସ୍ତର ହ୍ରାସ ନପାଇବା ପର୍ଯ୍ୟନ୍ତ ଯାତାୟାତ ବନ୍ଦ ରହିବା ସହ  ଦକ୍ଷିଣ ଭାରତ ସହ ଓଡ଼ିଶାକୁ ଉଭୟ ପୋଲ ଯୋଡ଼ୁଥିବାରୁ ଶହ ଶହ ସଂଖ୍ୟାରେ ଯାତ୍ରୀବାହୀ ବସ୍‌, ମାଲବାହୀ ଟ୍ରକ୍‌, କାର, ବାଇକ୍‌ ରାସ୍ତାରେ ଉଭୟ ପାର୍ଶ୍ବରେ ଅଟକି ରହିଛନ୍ତି। ଏପରିକି ସ୍କୁଲ ତଥା କଲେଜ ଛାତ୍ରଛାତ୍ରୀ ମଧ୍ୟ ଫସି ଯାଇଛନ୍ତି।

Related posts

ବ୍ରହ୍ମୋସ ମିସାଇଲ୍ର ପରୀକ୍ଷଣ ସଫଳ

mahabharatanews

ଆରବ ସାଗରରେ ଲଘୁଚାପ ,ବାତ୍ୟା ଆଶଙ୍କା

mahabharatanews

ଘରେ ପସି ଦିବ୍ୟାଙ୍ଗଙ୍କୁ ମାଡ଼, ନ୍ୟାୟ ଅପେକ୍ଷାରେ ପରିବାର

mahabharatanews