ଭାରତ

କେରଳରେ ନିପାହ ଭାଇରସ ଆକ୍ରାନ୍ତ  

(କେରଳ) : ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ କେରଳ ରାଜ୍ୟରେ ଏକ ଗୁରୁତର ସଂକ୍ରାମକ ରୋଗରେ ଆକ୍ରାନ୍ତ ହୋଉଛନ୍ତି ଲୋକେ । ରାଜ୍ୟର କୋଜିକୋଡେ ଜିଲ୍ଲାରେ ଦୁଇ ଜଣଙ୍କ ମୃତ୍ୟୁ ପରେ ନିପାହ ଭାଇରସ ସଂକ୍ରମଣ ଉଭୟଙ୍କ ମୃତ୍ୟୁ ହେବାର କାରଣ ବୋଲି ଜଣାପଡିଛି । ଉଭୟ ରୋଗୀଙ୍କୁ ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେମାନଙ୍କର ମୃତ୍ୟୁ ହୋଇଥିଲା ।  ସ୍ୱାସ୍ଥ୍ୟ ବିଭାଗ ମୁତାବିକ ମୃତକଙ୍କ ମଧ୍ୟରୁ ଜଣଙ୍କ ସମ୍ପର୍କୀୟଙ୍କ ସ୍ଥିତି ମଧ୍ୟ ଗମ୍ଭୀର ରହିଛି ଏବଂ ତାଙ୍କୁ ଆଇସିୟୁରେ ଆଡମିଟ୍ କରାଯାଇଛି ।

ସୂଚନାନୁଯାୟୀ ,  ଜ୍ୱରରେ ଦୁଇ ଜଣଙ୍କ ମୃତ୍ୟୁ ପରେ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟରେ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ବାଣା ଜର୍ଜ କହିଛନ୍ତି ଯେ, ମୃତକଙ୍କ ରକ୍ତ ନମୁନା ଯାଞ୍ଚ ପାଇଁ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜିକୁ ପଠାଯାଇଛି । ମୃତକଙ୍କ ସମ୍ପର୍କୀୟ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଜଣେ ମୃତକଙ୍କ ବୟସ ୯ ବର୍ଷ ହୋଇଥିବା ବେଳେ ଆଉଜଣଙ୍କ ବୟସ ୪ ବର୍ଷ ରହିଛି ।

Related posts

କେଜ୍ରିୱାଲଙ୍କୁ ଇଡ଼ି ପରେ ସିବିଆଇ କଲା ଗିରଫ

mahabharatanews

ଡିପ୍‌ଫେକ୍‌ ଭିଡିଓ ମାମଲା ; ଶିକାର ହେଲେ ରତନ ଟାଟା

mahabharatanews

ରାଜ୍ୟରେ ୨୫ ହଜାର କୋଟି ନିବେଶ କରିବ ବେଦାନ୍ତ

mahabharatanews