ଓଡିଶା

ରାଜ୍ୟରେ ମୁଣ୍ଡ ଟେକୁଛି ସ୍କ୍ରବ୍ ଟାଇଫସ୍‌ , ୫ମୃତ

(ଭୁବନେଶ୍ୱର) : ଡେଙ୍ଗୁ ପରେ ରାଜ୍ୟରେ ମୁଣ୍ଡ ଟେକିବା ଆରମ୍ଭ କରିଛି  ସ୍କ୍ରବ୍ ଟାଇଫସ୍‌ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏହା ଦ୍ୱାରା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହି କୀଟ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ମଧ୍ୟ ହେଉଛି । ବର୍ତ୍ତମାନ ସୁଦ୍ଧା ଏହି କୀଟ ଆକ୍ରମଣରେ 5 ଜଣଙ୍କର ମୃତ୍ୟୁ  ହୋଇଛି ।

ସୂଚନାନୁଯାୟୀ , ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଏହି ସ୍କ୍ରବ୍ ଟାଇଫସ୍‌ ରୋଗ ନୂଆ ନୁହେଁ । ‘ଚିଗର’ ନାମକ କୀଟ କାମୁଡ଼ିଲେ ଏହି ରୋଗ ହୋଇଥାଏ । କିନ୍ତୁ ଏହି କୀଟକୁ ଚିହ୍ନିବା କଷ୍ଟକର । ଏହି କୀଟ ପଶୁମାନଙ୍କ ଦେହରେ ବି ରହିଥାଏ । ଏହି କୀଟ କାମୁଡ଼ିଲେ ମୁଖ୍ୟତଃ ଜ୍ଵର, ଆଣ୍ଠୁ ଗଣ୍ଠି ଘୋଳାବିନ୍ଧା ଲାଗି ରହିଥାଏ । ମୃତ୍ୟୁ ଆଶଙ୍କା ଥିବାରୁ ଏ ନେଇ ସତର୍କ ରହିବା ଜରୁରୀ । ଚାଷଜମି ଓ ଜଙ୍ଗଲ ଯାଉଥିବା ଲୋକଙ୍କୁ ଏହି କୀଟ କାମୁଡ଼ିବା ସମ୍ଭାବନା ଅଧିକ ହୋଇଥାଏ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

 

Related posts

ଘରକୁ ଘର ବୁଲି କଲେ ସଚେତନତା

mahabharatanews

ଗୋବିନ୍ଦପୁର ଗାଁରେ ସତ୍ୟ ସେବକ ଯୁବ ସଙ୍ଘର ବୃକ୍ଷ ରୋପଣ

mahabharatanews

“କେନ୍ଦ୍ର ସରକାରଙ୍କ ପାଖରେ ଓଡ଼ିଆ ଅସ୍ମିତାର ପ୍ରୀତି ନାହିଁ” 

mahabharatanews