ଓଡିଶା

୧୮ରୁ ପୁଣି ବଢିବ ବର୍ଷା

(ଭୁବନେଶ୍ୱର) : ଗତ ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା ଲାଗିଯାଇଛି । ଆଜିଠୁ ବର୍ଷାର ପରିମାଣ କମିବ । ତେବେ ୧୮ଓ ୧୯ ବେଳକୁ ରାଜ୍ୟରେ ପୁଣି ବର୍ଷାର ପରିମାଣ ବଢ଼ିପାରେ । ତେବେ ଘୂର୍ଣ୍ଣିବଳୟ ସମ୍ଭାବନା ଥିବାରୁ ବର୍ଷା ବଢ଼ିବ ବୋଲି ଅନୁମାନ କରାଯାଉଛି ।

ସୂଚାନନୁଯାୟୀ,   ବଲାଙ୍ଗିର ବ୍ଲକରେ ୨୪ ଘଣ୍ଟା ଭିତରେ ୨୧୫ ମିଲିମିଟର ବର୍ଷା ହୋଇଛି । ବଲାଙ୍ଗିର ସହରରେ ସ୍ଥିତି ସାଂଘାତିକ ଅଛି । ବର୍ଷା ହେତୁ ଗତକାଲି ବଲାଙ୍ଗିରର ସବୁ ସ୍କୁଲ ବନ୍ଦ ଥିଲା। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ସ୍ଥିତି ବେହାଲ୍‌ କରିଦେଇଛି । ୨୩ଟି ବ୍ଲକରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି । ପ୍ରବଳ ବର୍ଷା ହେତୁ ବଂଶଧାରା ଫୁଲି ବିପଦ ସଙ୍କେତ ଟପିଛି । ମହାନଦୀ ଉପର ମୁଣ୍ଡରେ ବି ପ୍ରବଳ ବର୍ଷା ଲାଗି ରହିଛି ।

Related posts

କରୁଆ ପଂଚାୟତରେ କୋରନା ଖାଦ୍ୟ ବଣ୍ଟନକୁ ନେଇ ତୁତୁ ମେମେ

mahabharatanews

କୋଭିଡ ହେଲପ୍ ଲାଇନକୁ ଫୋନ କଲେ ମିଳୁନି ଉତ୍ତର

mahabharatanews

ଗଞ୍ଜାମରେ କରୋନା ପାଇଁ କୋକୁଆ ଭୟ: ପୁଅର ମୃତ୍ୟୁ ଖବର ଶୁଣି ବାପା ମାଆଙ୍କ ଆତ୍ମହତ୍ୟା

mahabharatanews