ଭାରତ

ଲିବିୟାରେ ପ୍ରଳୟଙ୍କାରୀ ବନ୍ୟା; ମର ଶରୀର ଫୋପାଡ଼ୁଛି ସମୁଦ୍ର

(ଲିବିୟା): ଲିବିୟାରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଆଜି ସୁଦ୍ଧା ୭ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ ଆଗକୁ ମୃତ୍ୟୁସଂଖ୍ୟା ୨୦ ହଜାର ଟପିବ ବୋଲି ଆଶଙ୍କା କରାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୨ ହଜାରରୁ ଅଧିକ ଲୋକଙ୍କୁ ଗଣକବର ଦିଆଯାଇଥିବା ଦୃଶ୍ୟ ଛାତିକୁ ଥରାଇ ଦେଇଛି ।

ସୂଚନାନୁଯାୟୀ , ଡେର୍ନା ମେୟର କହିଛନ୍ତି, ‌ବନ୍ୟାରେ ୧୮ରୁ ୨୦ ହଜାରରୁ ଲୋକଙ୍କ ମୃତ୍ୟୁ ହୋଇଥିବା ଆମେ ଆଶଙ୍କା କରୁଛୁ। ବନ୍ଦର ସହର ଡେର୍ନାରେ ୩୦ ହଜାର ଲୋକଙ୍କୁ ବିସ୍ଥାପିତ କରାଯାଇଛି। ସମଗ୍ର ସହର ଛାରଖାର ହୋଇଯାଇଛି। ପ୍ରବଳ ବର୍ଷା ପରେ ୨ଟି ଡ୍ୟାମ୍‌ ଭୁଶୁଡ଼ି ପଡ଼ିବାରୁ ଆସିଥିବା ଭୟାନକ ବନ୍ୟାରେ ୯୦ ପ୍ରତିଶତ ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ରାସ୍ତା ଘାଟରେ କୁଢ଼ କୁଢ଼ ଶବ ଗଦା ‌ହୋଇଛି। ପ୍ରତି ମୁହୂର୍ତ୍ତରେ ସମୁଦ୍ର ଆଣି କୂଳରେ ମର ଶରୀର ଫୋପାଡ଼ୁଛି।

Related posts

ଆଜି ଆପର ସାମୁହିକ ଉପବାସ

mahabharatanews

ଅଯୋଧ୍ୟାରେ ଦୀପୋତ୍ସବର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି

mahabharatanews

ରାସ୍ତାରେ ଦୁର୍ଘଟଣା; ଗାଡି ଚାଳକଙ୍କ ଉପରେ କଡା ନଜର ରଖନ୍ତୁ

mahabharatanews